ଏହିଗାଡି ଅଞ୍ଚଳରେ ରହିଥିବା ୬ଟି ସେକ୍ଟର ରାଣିପିଣ୍ଡା, ଅମ୍ବାଦଳା, ଜଗଦଲପୁର, ରଘୁବାରି, ଇଚ୍ଛାପୁର ଓ ଆମ୍ଲlଭଟା ସେକ୍ଟର କୁ ଛତୁଆ ବଣ୍ଟନ କରିବା ପାଇଁ ପ୍ରସ୍ତୁତ ହୋଇଥିବା ବେଳେ ଅଙ୍ଗନବାଡ଼ି କର୍ମୀ ଅଟକାଇ ପ୍ରତିବାଦ କରିଥିଲେ l
ଗତ ୯ ଦିନଧରି ଅଙ୍ଗନବାଡ଼ି କର୍ମୀଙ୍କ ବିଧାନସଭା ଆଗରେ ଓ ପ୍ରତି ବ୍ଲକ ଆଗରେ ଧାରଣା ଚାଲିଥିବା ବେଳେ ଛତୁଆ କିଭଳି ବଣ୍ଟା ଯିବ ବୋଲି ଗାଡି ଆଗରେ ଧାରଣାରେ ବସିଥିଲେ। ସେମାନେ କହିବା କଥା ସରକାର ମା ଓ ଛୁଆ ଙ୍କ ପାଇଁ ଛତୁଆ ଯୋଗାଇବା ପାଇଁ ଏତେ ତପ୍ତର କିନ୍ତୁ ଗତ ୯ ଦିନ ହେଲା ଆମେ ଧାରଣାରେ ବସିଛୁ କିନ୍ତୁ ଆମ ଗୁହାରି ଶୁଣିବାକୁ କେହି ପ୍ରସ୍ତୁତ ନାହିଁ l ଯେଉଁଦିନ ପର୍ଯ୍ୟନ୍ତ ଆମ ଦାବି ସରକାର ପୂରଣ ନ କରିବେ ସେହିଦିନ ପର୍ଯ୍ୟନ୍ତ କୌଣସି କାମ କରିବାକୁ ଦେବୁନି । ଛଅଗୋଟି ସେକ୍ଟର ର ୫୦ ରୁ ଉର୍ଦ୍ଧ୍ଵ ଅଙ୍ଗନବାଡ଼ି କର୍ମୀ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି l