ଏହି ବନ୍ଦ ପାଇଁ ତାଳଚେର ର ସମସ୍ତ ଠିକା ଶ୍ରମିକ, ଟ୍ରକ ମାଲିକ ଏବଂ ଜନସାଧାରଣ ଙ୍କୁ ଶହ ଶହ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି l ତେଣୁ ଏହକୁ ଅନୁଗୁଳ ବିଜେପି ପକ୍ଷରୁ ଦୃଢ ନିନ୍ଦା କରିବା ସହ, ସମୃକ୍ତ ଆନ୍ଦୋଳନ କାରୀଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ, କ୍ଷତି ହୋଇଥିବା ଟଙ୍କା ତାଙ୍କ ଠାରୁ ଭରଣ କରାଯିବାକୁ ଅନୁଗୁଳ ବିଜେପି ଜିଲ୍ଲା ସଭାପତି ଡିଲେଶ୍ଵର ପ୍ରଧାନ ଓ ଉପସଭାପତି ମନୋଜ ପ୍ରଧାନ ପ୍ରେସ ମିଟରେ ଦାବି କରିଛନ୍ତି l
ଅନୁଗୁଳ ବିଜେପି ର ପ୍ରେସ ମିଟ

ଅର୍ଗସ ବୁରୋ: ଗତ ଡିସେମ୍ବର ୨ତାରିଖ ରୁ ତାଳଚେର ବିଧାୟକ ଙ୍କ ସହଯୋଗୀ ସଂସ୍ଥା ବିନା କାରଣରେ ତାଳଚେର ସମସ୍ତ କୋଇଲା ଖଣି ଓ ତାଳଚେର ସହର ୨ଦିନ ହେବ ବନ୍ଦ କରି ରଖିଛନ୍ତି l ସୂଚନା ମୁତାବକ ବିଧାୟକ ବ୍ରଜକିଶୋର ପ୍ରଧାନ ଙ୍କ ମାମୁ ବିଚାରଧୀନ କଏଦୀ ଶିଶୁ ବିଶେଷଜ୍ଞ ଡାକ୍ତର ଶ୍ରୀପ୍ୟାରୀ ମୋହନ ମହାପାତ୍ର ଙ୍କ ମୃତ୍ୟୁ କୁ ନେଇ ତାଙ୍କ ସହଯୋଗୀ ସଂସ୍ଥା,ତାଳଚେର ସୁରକ୍ଷା ମଞ୍ଚ ବିନା କାରଣରେ ୨ ଦିନ ଅର୍ଥାତ ଡିସେମ୍ବର ୨ ଓ ୩ ତାରିଖ ରେ ତାଳଚେର ବନ୍ଦ କରିଛନ୍ତି l ଯାହାର ର ପ୍ରତିବାଦ ରେ ଆଜି ଅନୁଗୁଳ ବିଜେପି ପକ୍ଷରୁ ତାଳଚେର ସ୍ଥିତ ହୋଟେଲ ଗ୍ରୀନ ପାର୍କ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା l
Download Argus News App
