ଏହା ୧୮୬୮ ମସିହାରୁ ଆରମ୍ଭ ହୋଇ ଆଜି ପର୍ଯନ୍ତ ଚାଲି ଆସୁଅଛି । ଏହା ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୃଦଶୀ ଦିନ ଅନୁଷ୍ଠିତ ହୋଇଥାଏ । ଏଥିରେ ମହିମା ସାଧୁଙ୍କ ସମେତ ଆଖ ପାଖ ଅଞ୍ଚଳର ବହୁ ମହିମା ଧର୍ମାବଲମ୍ବୀ ଭକ୍ତ ସାମିଲ ହୋଇ ନବାର୍ଣ ଭକ୍ଷଣ କରିଥାନ୍ତି । ଏହି ନବାର୍ଣ ଚାଷୀ ଭାଇ ମାନଙ୍କର ପ୍ରଥମ ଶସ୍ୟରୁ ପ୍ରସ୍ତୁତ ହୋଇଥାଏ । ଏଥିରେ ଚାଷୀ ଭାଇଙ୍କ ନୂଆ ଧାନର ଚୁଡ଼ା, କଦଳୀ, କ୍ଷୀର, ମୋହି, ଘିଅ, କର୍ପୁର, ଚନ୍ଦନ, ନଡ଼ିଆ, ଲବଙ୍ଗ, ଗୁଜୁରାତି ଏ ସବୁ ପଡ଼ି ପ୍ରଭୁଙ୍କୁ ଅର୍ପଣ କରା ଯାଇଥାଏ । ପ୍ରଭୁଙ୍କୁ ଅର୍ପଣ ପରେ ଭକ୍ତ ମାନେ ପ୍ରସାଦ ଶେବନ କରିଥାନ୍ତି ।
ଦୁଇ ଦିନ ଧରି ଅନୁଷ୍ଠିତ ଏହି ମେଳାର ପ୍ରଥମ ଦିନ ଗ୍ରାମ ପରିକ୍ରମା କରାଯାଇଥିଲା । ଦ୍ୱିତୀୟ ଦିନ ପ୍ରାତଃ ପଣା, ଅମଣ୍ଡିଆ ଓ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଆତ୍ମସେବା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସାଧୁ ସନ୍ଥଙ୍କ କହିବା ମୁତାବକ ମହିମା ଗୋସାଇଁ ପରାମର୍ଶ ଅନୁସାରେ ମହିମା ଧର୍ମାବଲମ୍ବୀମାନେ ବିଭିନ୍ନ ସ୍ଥାନ ଗସ୍ତ କରୁଥିଲେ । ମହିମା ଗୋସାଇଁଙ୍କ ପଟଶିଷ୍ୟମାନେ ଏହି ସ୍ଥାନକୁ ଆସି ଜଗତ କଲ୍ୟାଣ ପାଇଁ ଲୋକଙ୍କୁ ଜାଗୃତ କରୁଥିଲେ । ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୃଦଶୀ ଦିନ ଭାଗବତ ପୁର ଠାରେ ଥିବା ମହିମା ଟୁଙ୍ଗି ରେ ବାର୍ଷିକ ମେଳା ଅନୁଷ୍ଠିତ ହୋଇଥାଏ ।
ଯେଉଁ ଥିରେ ମହିମା ସାଧୁ ସଂଥ ଙ୍କ ସମେତ ଆଖ ପାଖ ଅଞ୍ଚଳର ହଜାର ହଜାର ଭକ୍ତ ସାମିଲ ହୋଇଥାନ୍ତି । ଏହାଛଡା ବାର୍ଷିକ ମେଳା ସହ ମିନାବଜାର ଦେଖିବାକୁ ପ୍ରବଳ ଜନ ସାମାଗମ ଉକ୍ତ ସ୍ଥାନରେ ଦେଖୁବାକୁ ମିଳିଥାଏ ହୋଇଥାଏ ।