ଖରା ଦିନ ଗଛ କଟା ଚାଲିଛି, ବୁଲା ଗାଈ ଗୋରୁ ମାନଙ୍କୁ ରାସ୍ତା ହଟାଗଲା ପରେ ସୁରକ୍ଷିତ ରଖାଯାଉନି, ପାଣି ମୁନ୍ଦେ ପାଇଁ ବ୍ୟବସ୍ଥା ବି ନାହିଁ। ପଶୁ ସୁରକ୍ଷା ଆଇନରେ ବିଭିନ୍ନ ନିୟମ ନ ଥାଇ ବି ସରକାର ମନ ଇଛା ନିୟମ ଦେଖାଉଛନ୍ତି । ଯାହାକୁ ନେଇ ଆଜିଠୁ ନବ ରାତ୍ର ଯଜ୍ଞ କରିଛନ୍ତି ସେ । ଲୋକଙ୍କୁ ପଶୁ ସୁରକ୍ଷା ପାଇଁ ସଚେତନ କରିବା ସହ ଭୋଗ ଏବଂ ପ୍ରସାଦ ମଧ୍ୟ ବାଣ୍ଟୁଛନ୍ତି । ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ ପଶୁ ପକ୍ଷୀମାନଙ୍କ ସୁରକ୍ଷା ପାଇଁ ସରକାର ପଦକ୍ଷେପ ନେବା ଦରକାର ।
ପଶୁ ପ୍ରେମୀ ପ୍ରଦ୍ୟୁମ୍ନ ଚୌଧୁରୀଙ୍କ କହିବା କଥା, ପଶୁ ପକ୍ଷୀଙ୍କ ପାଇଁ ଦୁନିଆରେ କେହି ଆୱାଜ ଉଠାଇବାକୁ ନାହାନ୍ତି । ଆଜିକୁ 60 ଦିନ ପୁରିଗଲା । ମୁଁ ଏଠି ବସିଲିଣି । ମୁଁ ମୋ ପାଇଁ କିଛି ମାଗୁନି । ପଶୁ, ପକ୍ଷୀ, କୁକୁର ଗାଈମାନଙ୍କ ପ୍ରତି ଯେଉଁ ଅତ୍ୟାଚାର ହେଉଛି ମୁଁ ଲିଖିତ ଆକାରରେ ଲେଖି ଧାରଣାରେ ବସି ସରକାଙ୍କୁ ସବୁ ଦାବି ଗୁଡା ଦେଲି । ହେଲେ ସରକାର ଏହାର କୌଣସି ପ୍ରକାରର ସମାଧାନ କାଢିଲେନି । ସେଥିପାଇଁ ମୁଁ ବାଧ୍ୟ ହୋଇ 10 ଦିନ 10 ରାତ୍ର ନବରାତ୍ର ପୂଜା କରୁଛି ।
ଆହୁରି ପଢନ୍ତୁ ଓଡିଶା ଖବର...