ଅର୍ଗସ୍ ବ୍ୟୁରୋ : ଓଟିଟି ପ୍ଲା୍ଟଫର୍ମରେ ନିର୍ମାଣ ହେବାକୁ ଥିବା ୱେବସିରିଜକୁ ନେଇ ଅଞ୍ଜନା ମିଶ୍ରଙ୍କ କ୍ଷୋଭ । ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ରଙ୍କ ଜୀବନକୁ ନେଇ ଏହି ୱେବସିରିଜ ନିର୍ମାଣ ହେଉଥିବା ଖବର ପ୍ରକାଶ ପରେ କ୍ଷୋଭ ପ୍ରକାଶ କରିଛନ୍ତି ଅଂଜନା । କହିଛନ୍ତି, ତାଙ୍କୁ ଏ ସଂପର୍କରେ କେହି କିଛି ଜଣାଇ ନାହାନ୍ତି । ତାଙ୍କ ବିନା ଅନୁମତିରେ ତାଙ୍କ କାହାଣୀକୁ ନେଇ ୱେବସିରିଜ୍ ବାରଙ୍ଗ 1999 ନିର୍ମାଣ ହେଉଛି । ବାରଙ୍ଗ 1999ର ଟ୍ୟାଗ୍ ଲାଇନ ରହିଛି A WOMANS FIGHT CHANGED ODISHA POLITICS FOREVER । 9ଟି ଏପିସୋଡରେ ପୁରା ଘଟଣା ପ୍ରସ୍ତୁତ କରାଯାଉଥିବା ନେଇ ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଏମିତି କି କାହାଣୀକୁ ବାସ୍ତବ ରୂପ ଦେବାକୁ ଘଟଣା ଘଟିଥିବା ସ୍ଥାନରେ ସୁଟିଂ କରାଯାଉଥିବା ଖବର ପ୍ରକାଶ ପାଇଛି ।
ସେପଟେ ନିର୍ଦ୍ଦେଶକ ଅକ୍ଷୟ ପରିଜା କହିଛନ୍ତି, ଏହା ଏକ କାଳ୍ପନିକ କାହାଣୀ । କୌଣସି ବ୍ୟକ୍ତି ବିଶେଷଙ୍କୁ ନେଇ ଏହି ୱେବସିରିଜ ହୋଇନାହିଁ । ଲୋକଙ୍କର କିପରି ପୋଲିସ ଓ ନ୍ୟାୟିକ ବ୍ୟବସ୍ଥା ଉପର ବିଶ୍ବାସ ରହିବ ତାହା ଏହି ୱେବ ସିରିଜରେ ଦେଖାଯାଇଛି । ବାରଙ୍ଗ 1999' କୁ ନେଇ ବିବାଦ ବଢି ଥିବା ବେଳେ, ଏହା ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ନା ନାହିଁ ତାହା ଦେଖିବାକୁ ବାକି ରହିଲା ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।