ଅର୍ଗସ ବ୍ୟୁରୋ: ଆମେ କହୁଛୁ ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକ ପୁରୁଣାପାଣି ଗ୍ରାମ ପଂଚାୟତର ଏ ଏନ ଏମ ସେଣ୍ଟର ଓ ଆଙ୍ଗନବାଡି କେନ୍ଦ୍ର କଥା। ଏ ଏନ ଏମ ସେଣ୍ଟର ଟିକୁ ଆଜିକୁ ପ୍ରାୟ ବର୍ଷେ ହବ ଭାଙ୍ଗି ଦିଆ ଯାଇଛି। ପୁରୁଣାପାଣି ଗ୍ରାମ ପଂଚାୟତ ରେ ଥିବା କନିଷ୍ଠ ଯନ୍ତ୍ରୀ ଙ୍କ ଆଦେଶ ରେ ଭଙ୍ଗା ଯାଇଥିଲା ସେଣ୍ଟର ଟିକୁ।କିନ୍ତୁ କେଉଁ କାରଣରୂ ବିଲଡିଂ ର ପୁନଃରୁଦ୍ଧାର ହେଉ ନାହିଁ ତା ଉତ୍ତର କାହାରି ପାଖରେ ନାହିଁ। ଆଜି ର ସମୟ ରେ ଯେଉଁ ସବୁ କାର୍ଯ୍ୟ ଏ ଏନ ଏମ ସେଣ୍ଟର ରେ ହେଵା କଥା। ସେ ସବୁ କାର୍ଯ୍ୟ ବିଦ୍ୟାଳୟ ବାରଣ୍ଡାରେ କରା ଯାଉଛି। ଯୋଉ କନିଷ୍ଠ ଯନ୍ତ୍ରୀ ସେ ପଂଚାୟତ ର କାର୍ଯ୍ୟ ଦେଖନ୍ତି ତାଙ୍କ ନାଁ ରେ ବାରମ୍ବାର ଆସେ ଯେ ସେ ଠିକ ସମୟ ରେ କୌଣସି କମ କରୁ ନ ଥିବାରୁ ପଂଚାୟତ ର ଉନୟନ ମୂଳକ କାର୍ଯ୍ୟ କରିବାରେ ବାଧା ସୃଷ୍ଟି ହେଉଛି। ଗତ ତିନି ବର୍ଷ ହବ ପୁରୁଣାପାଣି ହାଇସ୍କୁଲ ରେ ଏକ ଅଫିସ ଗୃହ ର ମରାମତି କରା ଯାଇଥିଲା। କିନ୍ତୁ କାମ ସରି ବର୍ଷ ବର୍ଷ ବିତି ଗଲା ପରେ ସୁଦ୍ଧା ବିଲ ପାଇଁ ହନ୍ତ ସନ୍ତ ହେଉଛନ୍ତି ଏହି ପଞ୍ଚୟତ ର ଲୋକ।
ଠିକ ସେହି ଭଳିଆ ପରିସ୍ଥିତି ଆଙ୍ଗନବାଡି କେନ୍ଦ୍ର ର ପିଲା ବାଧ୍ୟ ହେଉ ଛନ୍ତି ସ୍କୁଲ ବାରଣ୍ଡା ରେ ବସିବା ପାଇଁ, ଭୟ ରେ ଛୁଆ ଆସୁନାହାନ୍ତି କେନ୍ଦ୍ର କୁ। ଆଙ୍ଗନବାଡ଼ି ର ଅବସ୍ଥା ଏତେ ଭୟଙ୍କର ହେଇଛି ଯେ ଦେଖିଲେ ଭୟ ଲାଗୁଛି। ଘର ଟୀ ର ଛାତ ରୂ ସିମେଣ୍ଟ ଅତଡ଼ା ଖସୁଛି। କେତେବେଳେ ଯେ ଘର ଟୀ ପଡି ଯିବ ତାହା କହି ହବ ନାହିଁ। ନୂଆ ଆଙ୍ଗନବାଡି କେନ୍ଦ୍ର କମ ଚାଲିଛି। କିନ୍ତୁ କନିଷ୍ଠ ଯନ୍ତ୍ରୀ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ପୁରୁଣାପାଣି ଗ୍ରାମ ପଂଚାୟତ ର ଜନସାଧାରଣ ନାହିଁ ନ ଥିବା ସମସ୍ୟା ର ସମ୍ମୁଖୀନ ହେଉଛନ୍ତି।
ଗ୍ରାମ ପଂଚାୟତ ଶିକ୍ଷା ଓ ସ୍ୱ୍ୟସ୍ତ ଭଳିଆ ସଂସ୍ଥା ଉପରେ ଯୋଉ ଭଳିଆ ଖେଳ ଖେଳୁଛନନ୍ତି ସରକାରୀ ବାବୁ ମାନେ। ନିଜ ମନ ଇଛା କାମ କରିଵା ଯୋଗୁଁ ଉନୟନ କାର୍ଯ୍ୟ ସୁଚାରୁ ରୂପେ ହୋଇ ପାରୁ ନାହିଁ। ଏହି ଭଳିଆ ଅଧିକାରୀ ଯୋଉ ସ୍ଥାନରେ କାର୍ଯ୍ୟ ରତ ଥିବେ। ସେ ଅଂଚଳ କେବେ ବିକାଶ ର ସ୍ରୋତ ରେ ଯୋଡି ହବ ଏହା ଦେଖିବାକୁ ବାକି ରହିଲା।
ଅଧିକ ପଢ଼ନ୍ତୁ ଓଡିଶା ଖବର: