ଦିର୍ଘ ୮ ମାସ ଧରି ଦିନରାତି ଜୀବନକୁ ବାଜି ଲଗାଇ ପରିଶ୍ରମ କରିଥିଲେ ଏହି ସମୟରେ ଏମାନଙ୍କୁ ଛଟେଇ କରାନଯାଉ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମାଜସେବୀ ଡଃ ହିମାଂଶୁ ଷଡଙ୍ଗିଙ୍କ ନେତୃତ୍ବରେ ଏମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବୀପତ୍ର ପ୍ରଦାନ କରାଯାଇଛି । ଛଟେଇ ବନ୍ଦ ନହେଲେ ଅ।ଗାମି ଦିନରେ ବ୍ୟାପକ ଅ।ନ୍ଦୋଳନ ହେବ ବୋଲି କୁହାଯାଇଛି।
ଛଟେଇ ବନ୍ଦ ଦାବୀରେ ଏଏନଏମ କର୍ମୀଙ୍କ ବିକ୍ଷୋଭ

ସୁବର୍ଣ୍ଣପୁର: ମହାମାରୀ କରୋନା ମୁକାବିଲା ପାଇଁ ବିଭିନ୍ନ ସ୍ଵାସ୍ଥ୍ୟ କେନ୍ଦ୍ରରେ ଏଏନଏମ କର୍ମୀ ନିଯୁକ୍ତି ଦିଅ।ଯାଇଥିଲା। ତେବେ ବର୍ତମାନ କରୋନା ପୁଣି ତାର କାୟା ବିସ୍ତାର କରିଚାଲିଥିବା ବେଳେ ଏହି ସମୟରେ ନିଯୁକ୍ତି ପାଇଥିବା ଏଏନଏମ କର୍ମଚାରୀଙ୍କୁ ଛଟେଇ କରାଯିବା ପାଇଁ ନୋଟିସ ଦିଅ।ଯାଇଛି । ଏହାସହ ଗତ ୩ ମାସର ଦରମା ମଧ୍ୟ ଦିଅ।ଯାଇନାହିଁ ।କରୋନା ତାର କାୟା ବିସ୍ତାର କରିଚାଲିଥିବା ବେଳେ ଏହି ଏଏନଏମ କର୍ମୀ ମାନଙ୍କୁ ଛଟେଇର ପ୍ରତିବାଦ କରିଛନ୍ତି ଏହି କର୍ମୀ ମାନେ ।
Download Argus News App
