ଏପରିକି ଦଳ ଏଥର ସଙ୍ଗଠିତ ହୋଇ ଲଢିବ ବୋଲି କଂଗ୍ରେସ ନେତୃତ୍ୱ କହି ଆସୁଛନ୍ତି । ଏହାପୂର୍ବରୁ ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିଥିଲା । ଦିବଂଗତ ବିଜେପି ନେତା ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ କରିଛି ଦଳ । ଏପରିକି ସୂରଜ ପ୍ରଥମ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ମଧ୍ୟ ଦାଖଲ କରିଛନ୍ତି । ଉଭୟ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ନିର୍ବାଚନ ମୈଦାନକୁ ଓହ୍ଲାଇ ସାରିଥିବା ବେଳେ ବିଜେଡିର ପ୍ରାର୍ଥୀ ଚୟନ ଅଙ୍କ ଏଯାଏଁ ଛିଣ୍ଡୁନି । ଦଳ କାହାକୁ ଏଠାରେ ପ୍ରାର୍ଥୀ କରିବ ତାହାକୁ ନେଇ ଏବେ ବି ଦ୍ୱନ୍ଦ୍ୱରେ ରହିଛି । ଆସନ୍ତା ନଭେମ୍ବର ୩ ତାରିଖରେ ଧାମନଗର ଉପ-ନିର୍ବାଚନ ପାଇଁ ଲୋକେ ମତଦାନ କରିବେ।
ରାଜନୀତି ଖବର ଆହୁରି ପଢନ୍ତୁ ।