ଅନୁଗୁଳରୁ ୫୫୭, ବାଲେଶ୍ବରରୁ ୫୦୩, ସମ୍ବଲପୁରରୁ ୪୯୪ ପଜିଟିଭ୍ ହୋଇଛନ୍ତି । ସେହିପରି ମୟୂରଭଞ୍ଜରୁ ୪୦୪, ବରଗଡ଼ରୁ ୩୯୧, ଝାରସୁଗୁଡ଼ାରୁ ୩୬୮ ଓ ନୟାଗଡ଼ରୁ ୩୫୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ୨୪ ଘଂଟାରେ ରାଜ୍ୟରେ ୮୫୪୭ ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୬୫ ସୁସ୍ଥ ହୋଇଛନ୍ତି ।
ରାଜ୍ୟରେ ପୁଣି ୧୦,୬୪୯ ନୂଆ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୧୦ ହଜାର ପାର ଟ୍ରେଣ୍ଡରେ ଲାଗୁନି ବ୍ରେକ । ୨୪ ଘଣ୍ଟାରେ ୧୦ ହଜାର ୬୪୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୫୭ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରେ ୯୩୦ ଓ ସୁନ୍ଦରଗଡ଼ରୁ ୭୭୪ ସଂକ୍ରମିତ ହୋଇଛନ୍ତି । ମାଲକାନଗିରି ଓ କନ୍ଧମାଳକୁ ଛାଡିଦେଲେ ବାକି ୨୮ ଜିଲ୍ଲାରେ ତିନି ଅଙ୍କ ଉପରେ ଡେଲି କେସ୍ ରହିଛି ।
Download Argus News App
