ଭୁବନେଶ୍ୱର: ଭୁବନେଶ୍ୱରରୁ ଆଉ ୧୯ ପଜିଟିଭ ଚିହ୍ନଟ। ଏମାନଙ୍କ ଭିତରୁ ୧୫ଟି ଲୋକାଲ କେସ ରହିଥିବାବେଳେ ହୋମ କ୍ୱାରେଣ୍ଟାଇନରୁ ୪ଜଣ ରହିଛନ୍ତି। ସରକାରୀ ଡାକ୍ତରଖାନାର ଜଣେ କର୍ମଚାରୀ ସଂକ୍ରମିତ ହୋଇଥିବା ବେଳେ, ୨ଟି ଘରୋଇ ଡାକ୍ତରଖାନାର ୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ହୋମ କ୍ୱାରେଣ୍ଟାଇନରେ ଥିବା ୪ଜଣ ରେଲୱେ କର୍ମଚାରୀ । ସମସ୍ତ ୪ ଜଣ ପୁରୁଷ ଆକ୍ରାନ୍ତ ହୋଇଥିବାବେଳେ ଏ ସମସ୍ତ ଦିଲ୍ଲୀ ଫେରନ୍ତା ।
ତେବେ ଡୁମୁଡୁମା ସୁବାସନଗର ବସ୍ତିରୁ ୫ଜଣ ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି । ପରେ ଡୁମୁଡୁମା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି । ତେବେ ସୁବାସ ନଗର ବସ୍ତିରୁ ଏକାଧିକ ପଜିଟିଭ ମିଳିବା ପରେ ଡୁମୁଡୁମା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । କୌଣସି ଟ୍ରାଭେଲ ହିଷ୍ଟ୍ରି ନଥାଇ ମଧ୍ୟ ସେଠାରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଡୁମୁଡୁମା ହନୁମାନ ମନ୍ଦିରରୁ ପ୍ଲଟ ନଂ ୩୨୩ ଯାଏଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଏହାଛଡ଼ା ପ୍ଲଟ ନଂ ୩୨୩ରୁ ପ୍ଲଟ ନଂ ୨୬୧ ଓ ୨୫୮ ଯାଏଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ପ୍ଲଟ ନଂ ୨୬୨ ଓ ୨୫୮ରୁ ହନୁମାନ ମନ୍ଦିର ଯାଏଁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ସମ୍ପୃକ୍ତ ଅଞ୍ଚଳରେ କଣ୍ଟେନମେଣ୍ଟ ପାଇଁ ଜାରି ସମସ୍ତ କଟକଣା ଲାଗୁ ହେବ । ସବୁ ଅଫିସ ବନ୍ଦ ରହିବ । ଲୋକମାନଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
