ଖୋର୍ଦ୍ଧାରୁ ସର୍ବାଧିକ ୩୨୯ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୭୬, କେନ୍ଦ୍ରାପଡାରୁ ୧୪୮, ବାଲେଶ୍ବରରୁ ୧୨୯, ପୁରୀରୁ ୯୦, ଜଗତସିଂହପୁରରୁ ୮୭, ଯାଜପୁରରୁ ୭୭, କୋରାପୁଟରୁ ୭୩, ଭଦ୍ରକରୁ ୬୯, ସୁନ୍ଦରଗଡରୁ ୬୩, ଢେଙ୍କାନାଳରୁ ୫୫, ମୟୂରଭଞ୍ଜରୁ ୪୬, ଅନୁଗୁଳରୁ ୩୮, ନୟାଗଡରୁ ୩୧, କନ୍ଧମାଳରୁ ୨୭, ରାୟଗଡାରୁ ୨୧, କେନ୍ଦୁଝରରୁ ୧୮, ସମ୍ବଲପୁରରୁ ୧୨, ବରଗଡରୁ ୧୦, ନବରଙ୍ଗପୁରରୁ ୧୦, ଗଞ୍ଜାମରୁ ୯, ଦେବଗଡରୁ ୮, ସୋନପୁରରୁ ୮, ଗଜପତିରୁ ୬, କଳାହାଣ୍ଡିରୁ ୫, ମାଲକାନଗିରୁରୁ ୪, ଝାରସୁଗୁଡାରୁ ୩, ନୂଆପଡାରୁ ୩, ବଲାଙ୍ଗୀରିରୁ ୨, ବୌଦ୍ଧରୁ ୨ ଏବଂ ଷ୍ଟେଟ ପୁଲରୁ ୭୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଭୁବନେଶ୍ଵର : ରାଜ୍ୟରେ ଆଜି ମୋଟ ୧୬୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୯ ଲକ୍ଷ ୬୩ ହଜାର ୭୧୮ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛନ୍ତି।

ଭୁବନେଶ୍ୱର: ମେ 1 ରୁ ଜୁନ 30 ତାରିଖ ପର୍ଯ୍ୟନ୍ତ ନଅ ସାଲ ବେମିସାଲ ଏବଂ ଜନ ସମ୍ପର୍କରୁ ଜନ ସମର୍ଥନ ଡାକରା ଦେଇଛି ବିଜେପି । ତେବେ ବାହାନଗା ଟ୍ରେନ ଟ୍ରାଜେଡି ପାଇଁ ଆମେ ଏହି କାର୍ଯ୍ୟକ୍ରମକୁ ବନ୍ଦ ରଖିଥିଲୁ । ଯାହାକୁ ପୁଣି ଥରେ ଆଗକୁ ନିଆଯିବ । ମୋଦିଙ୍କ ଶାସନ କାଳରେ ମହିଳା ମାନେ ଅଧିକ ଲାଭାନ୍ୱିତ ହୋଇଛନ୍ତି । ଏ ବାର୍ତ୍ତା ଘରେ ଘରେ ପହଞ୍ଚେଇବେ ବିଜେପି ମହିଳା ମୋର୍ଚ୍ଚାର କର୍ମୀମାନେ ।
ଓଡ଼ିଶା ସରକାରଙ୍କ ପ୍ରୋତ୍ସାହନରେ ମହିଳା ହିଂସା ହେଉଥିବା ଅଭିଯୋଗ ଆଣିଛି ବିଜେପି ମହିଳା ମୋର୍ଚ୍ଚା । ରାଜ୍ୟରେ ମହିଳା ହିଂସା ବଢୁଛି ଏହି ପ୍ରସଙ୍ଗକୁ ନେଇ ବିଜେପି ମହିଳା ମୋର୍ଚ୍ଚା ଘର ଘରକୁ ଯିବ । ସେହିପରି ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଖରେ ପହଁଚିବୁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ କହିବୁ ଏବଂ ନୂଆ ଭୋଟରଙ୍କୁ ବିଜେପି ସହ ସାମିଲ କରିବୁ ବୋଲି କହିଛି ବିଜେପି ମହିଳା ମୋର୍ଚ୍ଚା ।
ଟ୍ରେନ ଦୁର୍ଘଟଣାରେ ସମଗ୍ର ଭାରତ ବର୍ଷର ଲୋକେ ମ୍ରିୟମାଣ । ସମସ୍ତେ ଛୁଟି ଆସିଲେ ସାହାଯ୍ୟ କରିବା ଲାଗି । କିନ୍ତୁ ସେହି ସମୟରେ ବିଜେଡି ନେତା ମାନେ ସିଙ୍ଗାପୁର ବାହାରି ଗଲେ ସମର୍ ଟ୍ରିପ୍ କରିବାକୁ । ଏଥିରୁ ଓଡିଶା ପ୍ରତି ବିଜେଡି ନେତାଙ୍କ ଆନ୍ତରିକତା କେତେ ଜଣା ପଡୁଛି ବୋଲି ଅଭିଯୋଗ ଆଣିଛି ବିଜେପି ।
ଆହୁରି ପଢନ୍ତୁ ଓଡିଶା ଖବର...

ଅର୍ଗସ ବ୍ୟୁରୋ : ଗତ କାଲିଠାରୁ ଆରମ୍ଭ ହୋଇଛି ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲ । ଇଂଲଣ୍ଡର ଓଭାଲ ମୈଦାନରେ ମୁହାଁମୁହିଁ ହୋଇଛନ୍ତି ଭାରତ- ଅଷ୍ଟ୍ରେଲିଆ । ଏହି ଫାଇନାଲ ମ୍ୟାଚ୍ରେ ଟିମ ଇଣ୍ଡିଆର ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । କିଙ୍ଗଷ୍ଟନ୍ ଓଭାଲ୍ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ଡବ୍ଲୁଟିସି ଦ୍ବିତୀୟ ସଂସ୍କରଣର ଫାଇନାଲ୍ରେ ହେଡ୍ ଓ ଷ୍ଟିଭ୍ ସ୍ମିଥ୍ଙ୍କ ମଧ୍ୟରେ ଦ୍ବିଶତକୀୟ ଭାଗୀଦାରି ହୋଇଛି । ଯାହାଫଳରେ ପ୍ରଥମ ଦିନର ଷ୍ଟମ୍ପ୍ସ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ୩ ୱିକେଟ୍ ବିନିମୟରେ ୩୨୭ ରନ୍ ସଂଗ୍ରହ କରି ଦୃଢ଼ ସ୍ଥିତିରେ ରହିଛି । ସ୍ମିଥ୍ ୯୫* ରନ କରିଥିବା ବେଳେ ହେଡ୍ ୧୪୬* ରନ୍ କରି ଅପରାଜିତ ଅଛନ୍ତି । ଡବ୍ଲୁଟିସି ଫାଇନାଲ୍ରେ ମଧ୍ୟ ପ୍ରଥମ ଥର ଶତକୀୟ ଭାଗୀଦାରି ହୋଇପାରିଛି।
ଅଧିକ ପଢନ୍ତୁ : ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ଟିମ ଇଣ୍ଡିଆ
ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ୪ ଦ୍ରୁତ ବୋଲର ମହମ୍ମଦ ସାମି, ମହମ୍ମଦ ସିରାଜ, ଶାର୍ଦୁଳ ଠାକୁର ଓ ଉମେଶ ଯାଦବ ବୋଲିଂ ଆରମ୍ଭ କରିଥିଲେ । ଘାସୁଆ ପିଚ୍ରୁ ପ୍ରାରମ୍ଭିକ ଫାଇଦା ଉଠାଇ ସିରାଜ ଚତୁର୍ଥ ଓଭରରେ ଉସ୍ମାନ ଖୱାଜାଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ୍ କରିଥିଲେ ।
ଡେଭିଡ୍ ୱାର୍ଣ୍ଣର ଓ ମାର୍ନସ ଲବୁସାନ୍ ରକ୍ଷଣାତ୍ମକ ଖେଳୁଥିଲେ ବି ଦଳୀୟ ରନ୍ ୭୧ ହୋଇଥିଲା ବେଳେ ୱାର୍ଣ୍ଣରଙ୍କୁ ଶାର୍ଦୁଳ ଆଉଟ କରି ଦ୍ବିତୀୟ ସଫଳତା ଦେଇଥିଲେ । ୱାର୍ଣ୍ଣରଙ୍କୁ ଆଉଟ୍ କରିବାରେ କେଏସ୍ ଭରତଙ୍କ ଡାଇଭ୍ କ୍ୟାଚ୍କୁ ଦର୍ଶକମାନେ ପ୍ରଶଂସା କରିଥିଲେ। ୫ ରନ୍ ବ୍ୟବଧାନରେ ଲବୁସାନ୍ଙ୍କୁ ସାମି ପ୍ରଥମ ଶିକାର କରିଥିଲେ । କିନ୍ତୁ ଏହାପରଠୁ ପିଚ୍ରେ ସ୍ମିଥ୍ ଓ ମଧ୍ୟାହ୍ନ ଭୋଜନ ପରେ ବ୍ୟାଟିଂ ଆସିଥିବା ହେଡ୍ ଭାରତୀୟ ବୋଲରଙ୍କୁ ପ୍ରବଳ ଖଟାଇଥିଲେ ।
