ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶେଷ କରି ସ୍ଥାନୀୟ ସଂକ୍ରମଣ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଆଜି ଭୁବନେଶ୍ୱରରୁ ୧୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି ।
ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୩୮ ଓ ସ୍ଥାନୀୟ ଅଞ୍ଚଳରୁ ୫୨ ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଆଜି ୧୦୩ ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନା ମିଳିଛି ।
Update on newly detected & cured #COVID19 cases in the last 24 hrs under the BMC area on 8th Aug 2020(till 9am). Further contact tracing is still continuing. Primary contacts & nearby houses are being quarantined, sanitised & will be under active surveillance. pic.twitter.com/EUDLxHr9Dn
— BMC (@bmcbbsr) August 8, 2020
ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୩୭୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୩୬୦ଜଣ ସୁସ୍ଥ ହୋଇଛନ୍ତି ଓ ୧୮ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୧୩୮୩ ଜଣ ଚିକିତ୍ସିତ ହେଉଛନ୍ତି ।
ଅନ୍ୟପଟେ ବିଏମସି କମିଶନରଙ୍କ ଅନୁସାରେ ରାଜଧାନୀବାସୀ ଟେଷ୍ଟ କରାଇବାରେ ସହଯୋଗ କରୁନାହାନ୍ତି । କରୋନାକୁ ହରାଇବାକୁ ହେଲେ ଆଗକୁ ଆସନ୍ତୁ ଟେଷ୍ଟ କରନ୍ତୁ ବୋଲି ମଧ୍ୟ ବିଏମସି କମିଶନର ସାମ୍ବାଦିକ ସମ୍ମଳନୀ ମାଧ୍ୟମରେ ଅନୁରୋଧ କରିଛନ୍ତି ।

