ଅର୍ଗସ ବ୍ୟୁରୋ : ଆଜି ରାଜ୍ୟରେ ପୁଣି 245 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ 214 ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 31 ଜଣ ସ୍ଥାନୀୟ ସଂକ୍ରମଣ। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନାନୁଯାୟୀ, ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ବାଲେଶ୍ଵରରୁ 2, ବରଗଡ଼ରୁ 10, ଭଦ୍ରକରୁ 2, କଟକରୁ 7, ଢେଙ୍କାନାଳରୁ 3, ଗଜପତିରୁ 7, ଗଞ୍ଜାମରୁ 96, ଜଗତସିଂହପୁରରୁ 9, ଯାଜପୁରରୁ 40, ଝାରସୁଗୁଡ଼ାରୁ 1, କେନ୍ଦ୍ରାପଡ଼ାରୁ 8, କେଉଁଝରରୁ 7, ଖୋର୍ଦ୍ଧାରୁ 28, ମୟୁରଭଞ୍ଜରୁ 5, ନବରଙ୍ଗପୁରରୁ 7, ନୟାଗଡ଼ରୁ 3, ରାୟଗଡ଼ାରୁ 1, ସୋନପୁରରୁ 1, ସୁନ୍ଦରଗଡ଼ରୁ 6, ଏନଡିଆରଏଫ ଓ ଓଡ୍ରାଫ ଟିମରୁ 2 ଜଣ ଅଛନ୍ତି।
ତେବେ ଏହି କ୍ରମରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 6859 ଥିବା ବେଳେ 4743 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେପଟେ ରାଜ୍ୟରେ ଏଯାଏଁ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 2086 ରହିଛି।
