ଶୁଭଲକ୍ଷ୍ମୀ ୨ ମାସର ଗର୍ଭବତୀ ହୋଇଥିବାବେଳେ, ଶାଶୂ ଓ ନଣନ୍ଦ ଯୌତୁକ ପାଇଁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ଏଭଳିକି ଠିକ୍ ସେ ଖାଇବାକୁ ଦେଉନଥିଲେ । ଶୁଭଲକ୍ଷ୍ମୀ ବାଧ୍ୟ ହୋଇ ନିଜ ବାପ ଘରକୁ ପଳାଇଥିଲେ । ମଝିରେ ମଝିରେ ଶାଶୂ ଘରକୁ ଆସୁଥିଲେ ହେଁ ତାଙ୍କୁ ନିର୍ଯାତନା ଦିଆଯାଉଥିଲା । ଏଭଳି କି ମିଥ୍ୟାରେ ମହିଳା କମିଶନରଙ୍କ ନିକଟରେ ତାଙ୍କ ଶାଶୂ ଅଭିଯୋଗ ଆଣି ବିଫଳ ହୋଇଥିଲେ । ସ୍ବାମୀ ପ୍ରହଲ୍ଲାଦ ଫ୍ୟାମିଲି କୋର୍ଟରେ ଛାଡପତ୍ର ମାମଲା କରିଥିଲେ ମଧ୍ୟ ଶୁଣାଣୀ ତାରିଖରେ ନିଜେ ଅନୁପସ୍ଥିତ ଥିବାରୁ ମାମଲାଟି ଖାରଜ ହୋଇଥିଲା ।
ଏହାପରେ ଶୁଭଲକ୍ଷ୍ମୀ ନିଜ ପୁଅକୁ ଧରି ଶାଶୂ ଘରେ ରହିବାକୁ ଆସିଥିଲେ ହେଁ ଶାଶୂ ଘରେ ତାଲା ପକାଇଦେଇଥିଲେ । ଫଳରେ ବାଧ୍ୟ ହୋଇ ସେ ନିଜ ପୁଅକୁ ଧରି ନ୍ୟାୟ ପାଇଁ ଶାଶୁ ଘର ସାମ୍ନାରେ ଧାରଣାରେ ବସିଛନ୍ତି । ଶାଶୂ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି । ଅନ୍ୟ ପଟରେ ଶାଶୂ ସବୁ ଘଟଣା ପାଇଁ ବୋହୂକୁ ଦାୟୀ କରିଛନ୍ତି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।