କଳାହାଣ୍ଡି : କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ଥମୁନି ହାତୀ ମଡ଼କ । ଆଉ ଏକ ହାତୀ ଛୁଆର ମୃତଦେହ ଠାବ କରାଯାଇଛି । ଯାହାକୁ ନେଇ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ 7କୁ ବୃଦ୍ଧି ପାଇଛି । ସେପଟେ ସ୍ଥିତି ଅନୁଧ୍ୟାନ କରିଛନ୍ତି ତିନି ଜଣିଆ କେନ୍ଦ୍ରୀୟ ଟିମ ଆଜି ଫେରିଯିବାର ସମୟ ରହିଥିଲା ।
କର୍ଲାପାଟ ଅଭୟାରଣ୍ୟ ରେ 15 ଦିନ ମଧ୍ୟରେ 7ଟି ହାତୀର ମୃତ୍ୟୁ ହୋଇଛି । ହାତୀ ମୃତ୍ୟୁର କାରଣ ହ୍ୟୁମରେଜିକ ସେଫ୍ଟିସେମିଆ ବା ସାହାଣ ରୋଗ ବୋଲି କୁହାଯାଉଛି । ତେବେ ଏହି ରୋଗ ହାତୀଙ୍କୁ କିପରି ସଂକ୍ରମିତ ହେଲା ତାହାର ଯାଞ୍ଚ କରୁଛି କେନ୍ଦ୍ରୀୟ ଟିମ୍ ।
ତେବେ ପ୍ରାଥମିକ ତଦନ୍ତରୁ ପ୍ରାଣୀ ବିଶେଷଜ୍ଞ ହାତୀ ମୃତ୍ୟୁର କାରଣ ସାହାଣ ଭୁତାଣୁ ଜାଣିବାକୁ ପାଇଥିଲା । ଆଗାମୀ ଦିନରେ ଆହୁରି ହାତୀ ମୃତ୍ୟୁ ସଂଖ୍ୟା ବୃଦ୍ଧି ଆଶଙ୍କା କରାଯାଉଛି । ଭୁତାଣୁ ସଂକ୍ରମଣ ରୋକିବାକୁ ସ୍ଥାନୀୟ ଅଞ୍ଚଳର ଗୃହପାଳିତ ପଶୁକୁ ଟିକାକରଣ, ହାତୀ ପିଉ ଥିବା ନାଳ ପାଣିକୁ ବିଶୋଧନ ତଥା ହାତୀଙ୍କ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ପାଇଁ ଖାଦ୍ୟ ବ୍ୟବସ୍ଥାକୁ ସୁଦୃଢ ପାଇଁ ବର୍ତ୍ତମାନ ବିଶେଷଜ୍ଞ ଟିମ ବନ ବିଭାଗ ପରାମର୍ଶ ଦେଇଛନ୍ତି ।