ନରସିଂହପୁର ପଶ୍ଚିମ ବନ ବିଭାଗ ଅଧୀନ ବାଲିକିଆରୀ ସଂରକ୍ଷିତ ବାରଭାୟା ଗ୍ରାମ ନିକଟରେ ରହିଥିବା ବାଲିକିଆରୀ ଜଙ୍ଗଲରେ ଏକ ହାତୀ କଙ୍କାଳ ପୋତାଯାଇଥିବା ଅବସ୍ଥାରେ ଏହାର କିଛି ଅଂଶ ବାହାରକୁ ବାହାରଛି । ତେବେ ଏହି କଙ୍କାଳଟି ବର୍ତ୍ତମାନ ସମୟର କି ପୁରୁଣା ତାହା ଜଣାପଡିନାହିଁ । ଏଥିସହ ଏହି କଙ୍କାଳର ଶବ ବ୍ୟବଚ୍ଛେଦ ହୋଇଛି କି ନାହିଁ ଏବଂ ଏ ବିଷୟରେ ଜଙ୍ଗଲ କର୍ତ୍ତୁପକ୍ଷ ଜାଣିଛି କି ନାହିଁ ତାହା ମଧ୍ୟ ସ୍ପଷ୍ଚ ହୋଇନାହିଁ ।
ଏହା ପୂର୍ବରୁ ବଡମ୍ବା ନରସିଂହପୁରରେ ହାତୀ ମୃତ୍ୟକୁ ନେଇ ଆନ୍ଦୋଳନ ଚାଲିଥିଲା । ଦୁଇଟି ଗୁଳିବଦ୍ଧ ହାତୀର ମୃତ୍ୟୁ ସହିତ,ବାଲିକିଆରୀ ଜଙ୍ଗଲରୁ ଗୋଟିଏ ହାତୀର କଙ୍କାଳ ଏସଟିଏଫ ଟିମ ଜବତ କରିଥିଲା । ଏଥିସହିତ ବନବିଭାଗ ଅଧୀନରେ ଥିବା ଜଙ୍ଗଲରେ ମାଟି ତଳୁ ତିନୋଟି ହାତୀ କଙ୍କାଳ ଜବତ କରାଯାଇଥିଲା । ତେବେ ଏହି ହାତୀ କଙ୍କାଳ ପୋତା ହୋଇଥିବା ଘଟଣାକୁ ନେଇ ବନଖଣ୍ଡ ଅଧିକାରୀ(ଡିଏଫଓ) ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି ଯେ,ହାତୀ କଙ୍କାଳ ପୋତା ହୋଇଥିବା ସ୍ଥାନରୁ ମିଳିବା ପରେ ଏହାର ଉପଯୁକ୍ତ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।