ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପୁରୀରେ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ୍ ସ୍କୁଟି ମୁହାଁମୁହିଁ। ଦୁର୍ଘଟଣାରେ ଜଣେ ଯୁବତୀ ମୃତ। ଅନ୍ୟଜଣେ ଯୁବତୀ ଗୁରୁତର। ବାଙ୍କୀମୁହାଣ ରୋଡ୍ ରେ ଘଟିଛି ଦୁର୍ଘଟଣା। ସ୍କୁଟିରେ ଥିଲେ ଦୁଇଜଣ ଯୁଵତୀ। ବାଇକ୍ ଚଲାଉଥିଲେ ଜଣେ ଯୁବକ। ଯୁବକ ମଧ୍ୟ ଆହତ। ଯୁବକ ଜଣକୁ ସମୁଦ୍ରକୂଳ ଥାନାରେ ଅଟକ ସୂଚନା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : କଟକ ଚୌଧୁରୀ ବଜାରରେ ଥିବା ଏକ ଶାଢ଼ୀ ଦୋକାନରେ ଲାଗିଥିଲା ଭୀଷଣ ନିଆଁ । ଦୀର୍ଘ ଚାରି ଘଣ୍ଟା ପରେ ଚୌଧୁରୀ ବଜାରର ଲୁଗା ଦୋକାନରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇପାରିଛି । ଏବେ ବିପଦ ସଂପୂର୍ଣ୍ଣ ଟଳିଯାଇଛି । ଏନେଇ ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏବେ ବି ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୧୦ଟି ଟିମ୍ ନିଆଁ ଲିଭାଇବା ଲାଗି ଅକ୍ଳାନ୍ତ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏଯାଏ ବହୁ ଲୁଗା ଓ ଅନ୍ୟାନ୍ୟ ଆସବାବପତ୍ର ଜଳିପୋଡ଼ି ଯାଇଥିବା ଜଣାଯାଇଛି । ନିଆଁ ଲାଗିଥିବା ଦୋକାନର ପାଖାପାଖି ଅନ୍ୟ କୌଣସି ଦୋକାନକୁ ନିଆଁ ବ୍ୟାପିନାହିଁ ।
ମୟୂରଭଞ୍ଜ: ଶିମିଳିପାଳ ଅଭୟାରଣ୍ୟରୁ ପୁଣି ଏକ କଲରାପତରିଆ ବାଘଛାଲ ଜବତ କରିବା ସହ ଜଣକୁ ଗିରଫ କରିଛି ବନବିଭାଗ । ଶିମିଳିପାଳ ୱାଇଲ୍ଡ ଲାଇଫ ଇଣ୍ଟେଲିଜେନ୍ସ ନେଟୱାର୍କ (S-WIN) ସୂତ୍ର ପକ୍ଷରୁ ଖବର ପାଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଡିଭିଜନର ଟିମ୍ ଆଜି ଏକ ସ୍ଥାନରେ ଚଢ଼ାଉ କରି ଏକ କଲରାପତରିଆ ବାଘଛାଲ ଜବତ କରିଛି ।
ଏହି ଘଟଣାରେ ବଡସାହି ଥାନା ଯଦୁନାଥପୁର ବନ୍ଧସାହି ଅଞ୍ଚଳର ଭୁବନ ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ଶିମିଳିପାଳ ବ୍ୟାଘ୍ରସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନର ଡେପୁଟି ଡାଇରେକ୍ଟର ସମ୍ରାଟ ଗୌଡା ।
ତେବେ ଘଟଣା ସମ୍ପର୍କରେ ବିସ୍ତୃତ ଅନୁସନ୍ଧାନ ଚାଲିଥିବା କାରଣରୁ ଆସନ୍ତାକାଲି ଦିନ ୧୧ଟା ସମୟରେ ବାରିପଦା ସ୍ଥିତ ଫିଲ୍ଡ ଡାଇରେକ୍ଟର-କମ-ଆରସିସିଏଫ, କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସମସ୍ତ ତଥ୍ୟ ପ୍ରଦାନ କରାଯିବା ନେଇ ସୂଚନା ପ୍ରଦାନ କରାଯାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ନାରୀଶକ୍ତି ବନ୍ଦନ ଅଧିନିୟମକୁ ରାଷ୍ଟ୍ରପତିଙ୍କ ମଞ୍ଜୁରି । ନାରୀଶକ୍ତି ବନ୍ଦନ ଅଧିନିୟମକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରି । ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଆଇନରେ ପରିଣତ ହେଲା ବିଲ୍ । ମହିଳା ସଂରକ୍ଷଣ ବିଲ୍ ଏବେ ଆଇନରେ ପରିଣତ ହୋଇଛି । ସଂସଦର ଉଭୟ ଗୃହରେ ପାରିତ ହୋଇ ଇତିହାସ ରଚିଛି ଏହି ବିଲ୍ ।
ନାରୀଶକ୍ତି ବନ୍ଦନ ବିଧେୟକ କାର୍ଯ୍ୟକାରୀ ହେଲେ ଲୋକସଭା ସମେତ ସବୁ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ 33 ପ୍ରତିଶତ ଆସନ ସଂରକ୍ଷିତ ରହିବ । ଅର୍ଥାତ ଲୋକସଭାରେ 543 ଆସନ ଆସନ ମଧ୍ୟରୁ 181ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ । ସେହିପରି ଓଡ଼ିଶା ବିଧାନସଭାର 147 ଆସନ ମଧ୍ୟରୁ 49ଟି ଆସନ ରିଜର୍ଭ ରହିବ ମହିଳାଙ୍କ ପାଇଁ ।
ଆହୁରି ପଢନ୍ତୁ ଭାରତ ଖବର...