ଏହାକୁ ନେଇ ପାରାଦୀପ ବନ୍ଦରର ସ୍ବସ୍ତିକ ଷ୍ଟିବେଡୋର୍ସର କର୍ମଚାରୀ ମାନଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ଓମାନର ସଲାଲା ବନ୍ଦରରୁ ୧ ଲକ୍ଷ ୩୪ ହଜାର ୩୭୫ ମେଟ୍ରିକ ଟନ ଜିପିସମ ଲୋଡ଼ କରି ପାରାଦୀପରେ ରବିବାର ରାତିରେ ପହଁଚିଛି। ବନ୍ଦରର ମେରାଇନ ଓ ଟ୍ରାଫିକ ବିଭାଗ ତରଫରୁ ଜାହାଜକୁ ସମୁଦ୍ରରୁ ସୁପରଭିଜନ କରି ଆଣିବା ପରେ ବନ୍ଦରର ସିକ୍ୟୁ -୧ ବର୍ଥ ରେ ଲାଗିବା ପରେ ଜାହାଜ ର ପଣ୍ୟ ଖଲାସି କାର୍ଯ୍ୟ ଆରମ୍ଭ ହେବ।
ପାରାଦୀପ ବନ୍ଦର ର ଷ୍ଟେଭିଡୋର ସଂସ୍ଥା ସ୍ବସ୍ତିକ ଷ୍ଟେଭିଡୋର ପକ୍ଷରୁ ପାଖାପାଖି ୫ ଦିନ ମଧ୍ୟରେ ସମସ୍ତ ଜିପିସମ ଖଲାସୀ କରାଯିବା ନେଇ ସ୍ବସ୍ତିକ ଷ୍ଟେବିଡୋର ସଂସ୍ଥା ର ପରିଚାଳକ ସତ୍ୟପ୍ରିୟ ମିଶ୍ର କହିଛନ୍ତି।