ଅର୍ଗସ ବ୍ୟୁରୋ: ଖପ୍ପା ହେଲେ ଅନୁ ଚୌଧୁରୀ। ମୁଁ ଭଲ ଅଛି। ସଂପୂର୍ଣ୍ଣ ସୁସ୍ଥ ଅଛି। କିନ୍ତୁ ଆଜି ସକାଳୁ ସୋଶାଲ ମିଡିଆରେ ମୋ ନାଁରେ ଏକ ମିଛ ଖବର ପ୍ରଚାରିତ ହୋଇ ଚାଲିଛି ବୋଲି କହିଲେ ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀ। ଅନୁ ଚୌଧୁରୀ ଅସୁସ୍ଥ ଅଛନ୍ତି। ତାଙ୍କୁ କ୍ୟାନସର ହୋଇଛି ବୋଲି ଖବର ଉଡି ବୁଲୁଛି। ଏହି ଖବରକୁ ଏଡାଇଛନ୍ତି ଅଭିନେତ୍ରୀ ଜଣଙ୍କ। ଅନୁ କହିଛନ୍ତି ମୁଁ ସୁସ୍ଥ ଅଛି। ମୋ ନାଁରେ ମିଛ ଖବର ପ୍ରସାରିତ ହେଉଛି। ଏକ ନ୍ୟୁଜ୍ ପୋର୍ଟାଲ ଏହି ଖବର ପ୍ରକାଶ କରିଛି।
ଉକ୍ତ ଖବରର ଲିଙ୍କ୍ ମୁଁ ସାଇବର ଥାନାକୁ ପଠାଇ ଦେଇଛି ବୋଲି କହିଛନ୍ତି ଅନୁ ଚୌଧୁରୀ। ନ୍ୟୁଜ୍ ପୋର୍ଟାଲ ବିରୋଧରେ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଏହାସହ ଅନୁ କହିଛନ୍ତି, ଏମିତି ଅପପ୍ରଚାର କରନ୍ତୁ ନାହିଁ। ନିଜର ଭ୍ୟୁୟରଶିପ୍, ମନିଟାଇଜେସନ୍ ଓ ସବ୍କ୍ରିପ୍ସନ୍ ବଢ଼ାଇବା ପାଇଁ ଏମିତି ମିଛ ଖବର ଦିଅନ୍ତୁ ନାହିଁ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର: