ଅଡେଇ ବର୍ଷର ତଳର ଅର୍ଥାତ 2020 ଅକ୍ଟୋବରର ଏକ ଘଟଣାକୁ ବର୍ଣ୍ଣନା କରି ଅଭିଯୋଗ କରିଛନ୍ତି । ଅଭିଯୋଗ କରିଛନ୍ତି ମାନବାଧିକାର କର୍ମୀର ପରିଚୟ ଦେଇ କିଛି ମହିଳା ତାଙ୍କୁ ଦୁବ୍ୟବହାର ପ୍ରଦର୍ଶନ କରିଛନ୍ତି। ଏତଲା ଆଧାରରେ ବର୍ଷା , ମାନବାଧିକାର କର୍ମୀ ଓ ଅନ୍ୟମାନଙ୍କ ନାଁରେ ମାମଲା ରୁଜ୍ଜୁ କରିଛି ପୁରୀଘାଟ ପୋଲିସ। ବର୍ଷା ଓ ଅନୁଭବଙ୍କ ପାରିବାରିକ ବିବାଦ ମାମଲାର ସମାଧାନ ପାଇଁ ମାନବାଧିକାର ସଂଗଠନର ସଦସ୍ୟା ମାନେ ଯାଇଥିଲେ।
ତେବେ ଅନୁଭବଙ୍କ ଏତଲା ଓ ପୋଲିସ ଏଫଆଇଆର ନେଇ ଉଠିଛି ପ୍ରଶ୍ନ, ଅଢେଇ ବର୍ଷ ପରେ ବିଜେଡି ସାଂସଦଙ୍କର ମନେ ପଡିଲା ଦୁଃବ୍ୟବହାର କଥା, ଫିଲ୍ମ ସୁଟିଂ କରୁଥିଲେ, ଦିଲ୍ଲୀରେ ମଉଜ କରୁଥିଲେ ହେଲେ ଏତଲା ପାଇଁ ସମୟ ହେଲାନାହିଁ, ଗତବର୍ଷ ଅନୁବଭ ମହାନ୍ତି ବର୍ଷାଙ୍କ ବିରୋଧରେ ସିରିଜ୍ ଭିଜିଓ ଛାଡିଥିଲେ।ଏନେଇ ବର୍ଷା ଥାନାର ଦ୍ୱାରସ୍ଥ ବି ହୋଇଥିଲେ।ହେଲେ ପୋଲିସ ଏଫଆଇଆର କଲାନାହିଁ, ପ୍ରମାଣ ଥିଲା ଅନୁଭବଙ୍କ ଭିଡିଓ, ଏବେ ପ୍ରଶ୍ନ ବିଜେଡି ସାଂସଦଙ୍କ ପାଇଁ ଆଇନ ଅଲଗା କି, ବର୍ଷାଙ୍କ ଅଭିଯୋଗ ଆଧାରରେ କାହିଁକି ହେଲାନାହିଁ ଏଫଆଇଆର? ଖାଲି ସେତିକି ନୁହେଁ ଅନୁଭବଙ୍କ ଦୁଇ ସହଯୋଗୀ ବର୍ଷାଙ୍କ ବେଡରୁମରେ ପଶି ଭିଡିଓ ସୁଟ କରିଥିଲେ। ତା ଭିଡିଓ ବି ଭାଇରାଲ୍ ହେଲା, ହେଲେ ପୋଲିସ କିଛି ଆକସନ୍ ନେଲା ନାହିଁ।
ଅଧିକ ପଢ଼ନ୍ତୁ ଓଡିଶା ଖବର: