ତେବେ କିଏ ଏଇ ଅନୁଭବଙ୍କ ଦିଲ୍ଲୀ ବାନ୍ଧବୀ । ଏମିତି ବି ଦିଲ୍ଲୀର ଡିୟରେଷ୍ଟ ପ୍ରେଣ୍ଡ ଜାଗ୍ରତି ଶୁକ୍ଲାଙ୍କୁ ନେଇ ଚର୍ଚ୍ଚାରେ ଅନୁଭବ । ବିଭିନ୍ନ ସମୟରେ ଅନୁଭବ ଜାଗ୍ରତିଙ୍କ ସହ ଫଟୋ ସେୟାର କହି ବିବାଦୀୟ ହୋଇଛନ୍ତି । ସୋସିଆଲ ମିଡିଆରେ ବି ଟ୍ରୋଲ୍ ହୋଇଛନ୍ତି ଅନୁଭବ । ପୂର୍ବରୁ ବର୍ଷା ତାଙ୍କ ପିଟିସନରେ ବି ଦିଲ୍ଲୀ ମହିଲାଙ୍କ କଥା ଉଲ୍ଲେଖ କରିଥିଲେ ।
ଖାଲି ସେତିକି ନୁହେଁ ଡିଭୋର୍ସ ବି ଧମକାଉଥିଲେ ଅନୁଭବ । ଏମିତି କି ବଣ୍ଡ ପେପରେ ସାଇନ କରିବାକୁ ବର୍ଷାଙ୍କୁ ବାଧ୍ୟ କରିଥିଲେ ଅନୁଭବ ।
ଆଉ କଣ ସବୁ ସର୍ତ୍ତ ରଖିଥିଲେ ଅନୁଭବ….
-ବର୍ଷା ଫିଲ୍ମ କରିବେନି, ଫିଲ୍ମ ଲାଇନ ଛାଡିଦେବେ
-ଜୀବନରେ କେବେ ବି ପଲିଟିକ୍ସ ଜଏନ୍ କରିବେ ନାହିଁ
-କୌଣସି ରାଜନୈତିକ ଅନୁଷ୍ଠାନକୁ ଯିବେ ନାହିଁ
-ସମାଜସେବା କରିବେ ନାହିଁ
-କୌଣସି ସାମାଜିକ କାର୍ଯ୍ୟକ୍ରମକୁ ଯିବେ ନାହିଁ
-ମାଙ୍କ ଘରକୁ ଯାଇପାରିବେ ନାହିଁ
-୨୪ ଘଣ୍ଟା ଘର ଭିତରେ ପଡିରହିବେ
୨୦୨୦ରେ ଅନୁଭବ ଡିଭୋର୍ସ ବାରବାର ବର୍ଷାଙ୍କୁ ଧମକାଇଥିଲେ । ଡିଭୋର୍ସ ନ କଲେ ତାଙ୍କୁ ତାଙ୍କ ପରିବାରକୁ ବରବଦା କରିଦେବେ ବୋଲି କହିଥିଲେ । ପୂର୍ବରୁ ଅନୁଭବଙ୍କ ନାଁରେ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ ବର୍ଷା । ଅନୁଭବଙ୍କ ଦୁଇ ସହଯୋଗୀ ବର୍ଷାଙ୍କ ଭିଡିଓ ସୁଟ କରିଥିଲେ । ଅନୁଭବ ଓ ତାଙ୍କ ଦୁଇ ସହଯୋଗୀଙ୍କ ନାଁରେ ଦଫା 498ଏ, 341 ଓ 506ରେ ମାମଲା ରୁଜ୍ଜୁ ହେଲା । ହେଲେ ବିଜେଡି ସାଂସଦ ବୋଲି ପୋଲିସ ନେଲା ନାହିଁ ଆକସନ୍ । ଏବେ ଅନୁଭବ ବର୍ଷାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ।