ସୁପରଭାଇଜରଙ୍କୁ ଧମକ ଦେଇ ‘ଏଠାରେ କାମ କରିବା ପାଇଁ ମାସକୁ ୫ ଲକ୍ଷ ଟଙ୍କା ବଟି ଦେବାକୁ ହେବ, ନଚେତ ଆମେ ସଂସ୍ଥାକୁ କାମ କରାଇ ଦେବୁନାହିଁ’ ବୋଲି ଧମକ ଦେଇଥିଲେ । ଏକଥା ସଂସ୍ଥାର ମାଲିକଙ୍କୁ ଜଣାଇବେ ବୋଲି ସୁପରଭାଇଜର କହିବାରୁ ମାଉଜର, ଭୁଜାଲି ଦେଖାଇ ତାଙ୍କ ଠାରୁ ୧୦ ହଜାର ଟଙ୍କା ଛଡ଼ାଇ ନେଇଥିଲେ ଦୁର୍ବୁତ୍ତ ।
ଫଳରେ ସୁପରଭାଇଜର ଜଣଙ୍କ କଣିହାଁ ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରିବା ସହ ଏହି ଘଟଣାରେ ବସନ୍ତ ନାଏକ ଓ ସନ୍ତୋଷ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବେର୍ଡ ପଠା ଯାଇଥିବା ଜଣାପଡିଛି ।