
ଅନୁଗୁଳ: ଦେଶ ନୁହେଁ ରାଜ୍ୟରେ ମଧ୍ୟ ବିଦେଶୀମାନଙ୍କର ଲୁଟ୍ ବଢ଼ିବାରେ ଲାଗିଛି । ଆଉ ଏହାର ଶିକାର ହୋଇଛନ୍ତି ଜଣେ ଡାକ୍ତର । ୧୮ ଲକ୍ଷ ଟଙ୍କା ସହ ଜଣେ ନାଇଜେରିଆନ ୪୨୦କୁ ଗିରଫ କରିଛି ଅନୁଗୁଳ ପୋଲିସ । ଜଣେ ଡାକ୍ତରଙ୍କୁ ଡାକ୍ତରୀ ଉପକରଣ କିଣେଇଦେବା କହି ଟଙ୍କା ଠକିନେଇ ଫେରାର ହେଉଥିବା ବେଳେ ଅନୁଗୁଳ ପୋଲିସ ହାବୁଡରେ ପଡିଛି ଏହି ବିଦେଶୀ ଠକ । ତାଙ୍କ ନାଁ ନିକୋଲାସ କଜଭେ । ସେ ହେଉଛନ୍ତି ଘାନାର ନାଗରିକ ।

ନିକୋଲାସ କଟକ ଶିଶୁ ଭବନର ପ୍ରଫେସର ଡାକ୍ତର ମଙ୍ଗଳ ଚରଣ ମୁର୍ମୁଙ୍କ ଠାରୁ ଟଙ୍କା ଠକି ନେଇ ଫେରାର ହେଉଥିବାବେଳେ ଅନୁଗୁଳ ରେଳ ଷ୍ଟେସନରୁ ପୋଲିସ ତାଙ୍କୁ ଗିରଫ କରିଛି । ପୋଲିସ ସୂଚନା ମୁତବକ, ନିକୋଲାସ କିଛି ଦିନ ହେବ ଡାକ୍ତର ମୁର୍ମୁଙ୍କ ସହ ଫୋନ୍ରେ କଥା ହେଉଥିଲେ । ନାଇଜେରିଆରୁ ଡାକ୍ତରୀ ଉପକରଣ କିଣେଇ ଦେବେ ବୋଲି କହି ପ୍ରଥମେ ଟଙ୍କା ମାଗିଥିଲେ । ଡାକ୍ତର ତାଙ୍କୁ କଟକ ଡାକି ୫ଲକ୍ଷ ୫୦ ହଜାର ଟଙ୍କା ଦେଇଥିଲେ ।

ତେବେ ବାକି ଟଙ୍କା ପାଇଁ ସେ ନିକୋଲାସଙ୍କୁ ଧରି ବୌଦ୍ଧରେ ଥିବା ନିଜ ଶଳାଙ୍କଠାରୁ ଟଙ୍କାଆଣି ୩୧ ତାରିଖ ରାତିରେ ଦେଇଥିଲେ । ଟଙ୍କା ପାଇବା ପରେ ନିକୋଲାସ ରହୁଥିବା ହୋଟେଲରୁ ୧ ତାରିଖରୁ ଫେରାର ହୋଇ ଯାଇଥିଲେ । ଏଭଳି ସ୍ଥଳରେ ଡାକ୍ତର ଏକ ଏଫ୍ଆଇଆର ଦେଇଥିଲେ । ପୋଲିସ ତାର ତଦନ୍ତ କରି ପରେ ନିକୋଲାସକୁ ଧରିବାରେ ସଫଳ ହୋଇଛି ।
