ଭୁବନେଶ୍ଵର: ବାଇ-ଲ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ 5ଟି ପ୍ରଶ୍ନ ପଚାରିଛନ୍ତି । ପ୍ରଶ୍ନ ନମ୍ୱର 1- କିର୍ତ୍ତୀରାଜି ଅଞ୍ଚଳରେ ଉଚ୍ଛେଦରେ ASIକୁ ସାମିଲ କରାଯାଉନି କାହିଁକି ? ପ୍ରଶ୍ନ ନମ୍ୱର 2- ASIକୁ ରାଜ୍ୟ କାହିଁକି ଦେଇନି ଡିଟେଲ ରିପୋର୍ଟ? ପ୍ରଶ୍ନ ନମ୍ୱର 3 - ବାଇ ଲ ନେଇ ରାଜ୍ୟ ସରକାର ପରାମର୍ଶ ନେଇନାହାନ୍ତି । ପ୍ରଶ୍ନ ନମ୍ୱର 4 - ଲିଙ୍ଗରାଜ,ଶ୍ରୀମନ୍ଦିର ବିକାଶ କେଉଁ ଆର୍କିଓଲୋଜିକାଲ ଫାର୍ମ କରୁଛି ? ପ୍ରଶ୍ନ ନମ୍ୱର 5 - ଏମାର ମଠ ଭାଙ୍ଗିବା ପୂର୍ବରୁ ଡିଟେଲ ମ୍ୟାପିଂ କରିଥିଲେ କି?
ଭାରତରେ 3 ହଜାର 693ଟି ପୁରାତନ ଐତିହ୍ୟ ସ୍ଥଳି ASI ଅନ୍ତର୍ଗତ ସଂରକ୍ଷିତ ରହିଛି । ସେମାନଙ୍କ ମଧ୍ୟରୁ 80ଟି ଓଡ଼ିଶାରେ ଅବସ୍ଥାପିତ ରହିଛି । AMSAR Act -1958 ଆଇନ ଏବଂ ସଂଶୋଧନ ଆଇନ 1910 ଅନ୍ତର୍ଗତ ସମସ୍ତ ପୁରାତନ ଐତିହ୍ୟର 100 ମିଟର ପରିଧି ନିଷିଧାଞ୍ଚଳ ଏବଂ ଅତିରିକ୍ତ 200 ମିଟର ନିୟମ ଅନ୍ତର୍ଗତ ପରିଚାଳିତ ଅଞ୍ଚଳ ରହିଛି । 100 ମିଟର ପରିଧି ନିଷିଧାଞ୍ଚଳ ଓ ଅତିରିକ୍ତ 200 ମିଟର ନିୟମ ଅନ୍ତର୍ଗତ ପରିଚାଳିତ । ତେଣୁ ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ଭ୍ରମିତ କରୁଛନ୍ତି ।
ରାଜ୍ୟରେ ଶାସନରେ ପରିପକ୍ୱତା ଓ ସ୍ଥାଣୁତା ରହିଛି । ଆଇନ ଓ ଉପନିୟମ ମଧ୍ୟରେ ପାର୍ଥକ୍ୟ ଜାଣିବା ଦରକାର । ଯାହା ରାଜ୍ୟ ସରକାରଙ୍କ ପାଖରେ ଅଭାବ ରହିଥିବା ଅପରାଜିତା କହିଛନ୍ତି ।