ସେପଟେ ଆଜି ଅପରାଜିତାଙ୍କ ଗସ୍ତକୁ ନେଇ 18 ପ୍ଲାଟୁନ ପୋଲିସ ଫୋର୍ସ ଏବଂ 50 ଅଫିସରଙ୍କୁ ପୁରୀରେ ମୁତୟନ କରାଯାଇଥିଲା । ଚନ୍ଦନପୁର କାଠପୋଲ ନିକଟରେ ଅପରାଜିତାଙ୍କୁ ପୋଲିସ ଓ ପ୍ରଶାସନିକ ଅଧିକାରୀ ଅଟକାଇଥିଲେ । ଏହାପରେ କଣ ପାଇଁ ଅଟକାଯାଉଛି ବୋଲି ପ୍ରଶ୍ନ କରିଥିଲେ ଅପରାଜିତା ।
ଅନ୍ୟପଟେ ଐତିହ କରିଡର ପ୍ରକଳ୍ପ ସମ୍ପର୍କରେ ଗଣମାଧ୍ୟମ ପ୍ରିତିନିଧିଙ୍କ ଉତ୍ତର ଦେବାକୁ ଯାଇ ସାଂସଦ କହିଛନ୍ତି ମନ୍ଦିରର 100 ମିଟର ପରିଧିରେ 30 ଫୁଟର ଗାତ ଖୋଳା ଯାଉଛି । ବିକାଶ ତଥା ସୌନ୍ଦର୍ଯ୍ୟକରଣକୁ ବିରୋଧ କରୁନୁ । ଆଇନ ପରିସରରେ ରହି ମନ୍ଦିର ସୁରକ୍ଷାକୁ ଆଖି ଆଗରେ ରଖି ରାଜ୍ୟ ସରକାର ସବୁ କାମ କରିବା ଦରକାର । ଏଏସଆଇ ଅନୁମତି ନନେଇ କିପରି କାମ ହେଲା ବୋଲି ପ୍ରଶ୍ନ କରିଛନ୍ତି ଅପରାଜିତା ।