କଟକ ବକ୍ସିବଜାର ଅଞ୍ଚଳର ପ୍ରୀତିଲତା ଅସୁସ୍ଥ ହେବାରୁ ତାଙ୍କୁ ଆପୋଲରେ ଭର୍ତ୍ତି କରାଯାଇଥିଲା ତେବେ ଭର୍ତ୍ତି ହେବାପରେ ଆପୋଲ ଆରମ୍ଭ କରିଦେଇଥିଲା ଶୋଷଣ। ମନଇଚ୍ଛା ମାସ୍କ, ଗ୍ଲୋବସ ଓ ଇଞ୍ଜେକସନ୍ ପକାଇ ବିଲିଂ କରାଯାଇଥିବା ଅଭିଯୋଗ କରିଛନ୍ତି ପ୍ରତିଲତାଙ୍କ ପୁଅ। ତେବେ ଅଭିଯୋଗ କରିବାରୁ ଡିସକାଉଣ୍ଟ ଅଫର ଦେଇ ପାଟି ବନ୍ଦ କରିଦେବାକୁ ମେଡିକାଲ କର୍ତ୍ତୁପକ୍ଷ ଚେଷ୍ଟା କରୁଥିବାର ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଦିନକୁ ଗୋଟିଏ ରୋଗୀ ପିଛା 50 ଗ୍ଲୋବସ, 30 ମାକ୍ସ ପରି ଲିଷ୍ଟ ରହିଛି.ସେପଟେ ଏନେଇ ଆପୋଲର ପତିକ୍ରିୟା ମିଳିପାରିନାହିଁ।
ସରକାର ଜମିରେ ହସପିଟାଲ କରି ରୋଗ ଶୋଷଣରେ ମାତିଛି ଆପୋଲ, ଶବ ବନ୍ଧା ଠାରୁ ଆରମ୍ଭ କରି ରୋଗୀ ଶୋଷଣର ମାଳମାଳ ଅଭିଯୋଗ ଆପୋଲ ନାଁରେ ରହିଛି। ତେବେ ସବୁ ଦେଖି ନଦେଖିଲା ଭଳି ରହୁଛି ସ୍ୱାସ୍ଥ୍ୟବିଭାଗ। ନୀରବଦ୍ରଷ୍ଟା ସାଜିଛନ୍ତି ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଆପୋଲ ବିରୋଧରେ କଣ ପାଇଁ ଆକ୍ସନ ନେବାକୁ ସାହସ ଜୁଟାଇ ପାରୁନାହାନ୍ତି ମନ୍ତ୍ରୀ ନବ ଦାସ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପରେ ରହିଛି କି ଅଦୃଶ୍ୟ ଚାପ? .ଆଉ କେତେ ଅଭିଯୋଗ ଆସିଲେ ଆକ୍ସନ ନେବେ ମନ୍ତ୍ର ନବ ଦାସ ଏହାକୁ ନେଇ ସବଡ ପ୍ରଶ୍ନ ଉଠିଛି।