ଦୀର୍ଘ ୧୦ମାସ ଧରି ଆଇଆଇସି ପଦ ଖାଲି ପଡ଼ିବା ଏବଂ ଅନ୍ୟ ୩୪ଟି ପଦ ମଧ୍ୟରୁ ୮ଟି ପଦ ଖାଲି ରହିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଫଳରେ ଅନେକ ସମୟରେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଉଥିବା ସାଧାରଣ ଜନତା ହଇରାଣ ହରକତ ହେଉଛନ୍ତି। ଫଳରେ ଦିନକୁ ଦିନ ଅସାମାଜିକ ବ୍ୟକ୍ତିଙ୍କ ପ୍ରାଦ୍ରୁଭାବ ବଡିବା ସହିତ ଚୋରୀ,ଡକାୟତି ,ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ବଡିବାର ଲାଗିଛି। ଯାହାକୁ ନେଇ ଲୋକଙ୍କ ମନରେ ଜନ ଅସନ୍ତୋଷ ଦାନ ବାନ୍ଧୁଛି। ଯଦି ଯଥା ଶୀଘ୍ର ଥାନାରେ ଆଇ.ଆଇ.ସି ପଦଵୀ ପୂରଣ କରାନ ଯାଏ ତାହାଲେ ଆଗାମୀ ଦିନରେ ରାଜ ରାସ୍ତାକୁ ଓଲ୍ଲହାଇବେ ବୋଲି ଜନତା ଚେତାବନି ଦେଇଛନ୍ତି।
ଥାନା ଆଇ.ଆଇ.ସି ନିଯୁକ୍ତି ପାଇଁ ଦାବୀ

ଅର୍ଗସ ବ୍ୟୁରୋ: ଭୋଗରାଇ ବ୍ଲକ୍ କମର୍ଦ୍ଦା ଥାନାରେ ଦୀର୍ଘ ଦିନ ଧରି ଆଇ.ଆଇ.ସି ପଦବୀ ସହିତ ଅନେକ ଥାନା କର୍ମଚାରୀ ନଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ବାଲେଶ୍ବର ଏସ୍ପିଙ୍କୁ ଏବଂ ଜିଲ୍ଲାର ବହୁ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର ଦାବି କଲା ପରେବି କୌଣସି ଅଧିକାରୀ କର୍ଣପାତ କରି ନ ଥିବା ଲୋକେ ସିଧାସଳଖ ଦାବୀ କରିଛନ୍ତି ।
Download Argus News App
