ଜୁନ ପହିଲାରୁ ଆରମ୍ଭ ହେବ ଶ୍ରୀମନ୍ଦିର ଐତିହ୍ୟ କରିଡରର ନିର୍ମାଣ କାର୍ଯ୍ୟ । ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ମିଳିଥିଲେ ମଧ୍ୟ ଫେବୃଆରୀ ୨୮ ସୁଦ୍ଧା ରାଜ୍ୟ ସରକାର, ଜାତୀୟ ସ୍ମାରକୀ ପ୍ରାଧିକରଣ, ଏଏସଆଇ ଓ ପିକେଡିଏ ଠାରୁ ନିଆଯିବ ଅନୁମୋଦନ ।
୭୫ ମିଟର ମଧ୍ୟରେ ଐତିହ୍ୟ କରିଡର୍ 9 ଲେୟାର ବିଶିଷ୍ଟ ହେବ । ୫୫ରୁ ୭୫ମିଟର ମଧ୍ୟରେ ସଟଲ ଲେନ କରାଯିବ। ବ୍ୟାଟେରୀ ଚାଳିତ ଗାଡିରେ ଭକ୍ତ ଐତିହ୍ୟ କରିଡର ଚାରିପଟେ ବୁଲି ପାରିବେ।
ଐତିହ୍ୟ ଓ ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଶ୍ରୀମନ୍ଦିରର ସୁରକ୍ଷା ଓ ଭକ୍ତଙ୍କ ସୁରକ୍ଷା ଉପରେ ବ୍ୟାପକ ବ୍ୟାବସ୍ଥା କରାଯିବ। ସିଂହଦ୍ଵାର ପାଖରେ ଛଅ ହଜାର ଭକ୍ତଙ୍କ ପାଇଁ ହେବ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା।