Biswas | ଗୁରୁ ଓ ଶିଷ୍ୟ
ଭୁଶୁଡ଼ି ପଡ଼ିଛି ରାଜ୍ୟର ଆଇନ ବ୍ୟବସ୍ଥା !

ଭୁବନେଶ୍ୱର: ଭୁଶୁଡୁଛି ରାଜ୍ୟର ଆଇନ ବ୍ୟବସ୍ଥା । ବର୍ଷ ବର୍ଷ ଧରି ବିଚାରଧୀନ ଅବସ୍ଥାରେ ପଡି ରହିଛି ଲକ୍ଷ ଲକ୍ଷ ମାମଲା । ଯାହାର ଖୁଲାସା କରିଛି ନିକଟରେ ପ୍ରକାଶ ପାଇଥିବା ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରୀଡର ସଦ୍ୟତମ ତଥ୍ୟ । ପାଖାପାଖି 13 ଲକ୍ଷ କେସ ଫଇସଲା ନ ହୋଇ ପଡି ରହିଥିବା ଏହି ରିପୋର୍ଟରେ ଉଲ୍ଲେଖ ରହିଛି । ଯାହାକୁ ନେଇ ସରକାରଙ୍କ କାର୍ଯ୍ୟକଳାପ ଉପରେ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ବରିଷ୍ଠ ଆଇନଜୀବୀ କହିଛନ୍ତି ବିଚାରପତି ନିଯୁକ୍ତି ଓ ପୋଲିସ କର୍ମଚାରୀଙ୍କର ଘୋର ଅଭାବ ଯୋଗୁଁ ମାମଲା ଗୁଡିକ ଫଇସଲା ନ ହୋଇ ପଡିରହିଛି । ତେବେ ଆସନ୍ତୁ ଦେଖିବା ଏ ସମ୍ପର୍କିତ ଏହି ରିପୋର୍ଟ..
Download Argus News App
