ଉପନିର୍ବାଚନ ପାଇଁ ଯେଉଁ ପରିଶ୍ରମ ଆମେ କରିଥିଲୁ ତାହା ବୃଥା ଗଲା
ଭୁବନେଶ୍ଵର: ଏପ୍ରିଲ ପାଇଁ ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ ଜାରି କରିଛନ୍ତି। କଣ୍ଟେନମେଣ୍ଟ ଜୋନରୁ କେହି ବାହାରି ପାରିବେନି। ଘରକୁ ଘର ସର୍ଭେ ସହ ଅଧିକ RTPCR ଟେଷ୍ଟ କରିବାକୁ ନିର୍ଦ୍ଦେଶ ହୋଇଛି। ସତର୍କତାର ସହ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଜିଲ୍ଲାପାଳ ଓ ମ୍ୟୁନିସିପାଲିଟି କମିଶନ କଣ୍ଟେନମେଣ୍ଟ ଜୋନର ନିଷ୍ପତ୍ତି ନେବେ। ସତର୍କତାର ସହ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରିବାକୁ ନିର୍ଦ୍ଦେଶ । କଣ୍ଟେନମେଣ୍ଟ ଜୋନରୁ କେହି ବାହାରି ପାରିବେନି । ଟେଷ୍ଟିଂ, ଟ୍ରାକିଂ ଏବଂ ଟ୍ରିଟମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ହୋଇଛି । ଘରକୁ ଘର ସର୍ଭେ ହେବ । ଯଥା ସମ୍ଭବ ଅଧିକ RTPCR ଟେଷ୍ଟ କରିବାକୁ ନିର୍ଦ୍ଦେଶ ହୋଇଛି।
ମାସ୍କ, ସାନିଟାଇଜର ବ୍ୟବହାର କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ହୋଇଛି। ସାମାଜିକ, ରାଜନୈତିକ ଓ ଧାର୍ମିକ ସମାବେଶରେ ସର୍ବାଧିକ 2 ଶହ ଲୋକଙ୍କୁ ଅନୁମତି ମିଳିଛି। ନୂଆ ଗାଇଡଲାଇନ ଏପ୍ରିଲ 1ରୁ 30 ପର୍ଯ୍ୟନ୍ତ ଲାଗୁ ହେବ।