ଅର୍ଚ୍ଚନା ନାଗ ଓ ତା ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ସହ ମାଳ ମାଳ ନେତା ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ହେଲେ ଅର୍ଚ୍ଚନାଙ୍କ ସହ କାହାର ସମ୍ପର୍କ ଥିଲା, ଅର୍ଚ୍ଚନା କାହାକୁ ବ୍ଲାକ ମେଲିଂ କରି ଟଙ୍କା ରୋଜଗାର କରିଛି ଏ ନେଇ କିନ୍ତୁ କେହି ମୁଁହ ଖୋଲୁ ନାହାନ୍ତି । ଅନ୍ୟପଟେ ପୋଲିସ ମଧ୍ୟ ସେ ଦିଗରେ ସକ୍ରିୟତାର ସହ ତଦନ୍ତ କରୁନଥିବା ସନ୍ଦେହ ସୃଷ୍ଟି କରିଛି । ଏହି ଘଟଣାରେ ବିବାଦୀୟ ହୋଇପଡିଥିବା ତାଙ୍କ ବିଜନେସ ପାର୍ଟନର ଖଗେଶ୍ବର ଓ ଅର୍ଚ୍ଚନାଙ୍କ ସ୍ବାମୀ କୁଆଡେ ଗଲେ ତାକୁ ନେଇ ଉଠିଛି ପ୍ରଶ୍ନ ।
ପୀଡ଼ିତାଙ୍କ ନ୍ୟୁଡ୍ ଭିଡିଓ କରିଥିଲା କିଏ ? ହନି ଟ୍ରାପ୍, ବ୍ଲାକ୍ ମେଲିଂ ଟଙ୍କା ଆଦାୟ ସମ୍ପର୍କରେ ପୋଲିସ ତାଙ୍କୁ ଜେରା କରିଛି ନା ସେ ମଧ୍ୟ ଫେରାର ହୋଇଯାଇଛନ୍ତି । ନୟାଗଡ଼ର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଏହି ଚକ୍ରବ୍ୟୁହରେ ଛନ୍ଦି ହୋଇଥିବା ସୂଚନା ମିଳିଛି । ଆଉ ତାଙ୍କ ଠାରୁ ହନିଟ୍ରାପ୍ ବାବଦକୁ ଟଙ୍କା ଆଦାୟ ହୋଇଥିଲା । ପୀଡ଼ିତା ୫୦ ହଜାର ଟଙ୍କା ପାଇଥିବା ବେଳେ ଅର୍ଚ୍ଚନା କେତେ ଟଙ୍କା ଆଦାୟ କରିଥିଲେ ? ପୀଡ଼ିତାଙ୍କୁ କେଉଁ ଅନ୍ୟ ବ୍ୟକ୍ତିଙ୍କ ସହ ହନିଟ୍ରାପରେ ବ୍ୟବହାର କରାଯାଇଛି କି ?