ସେପଟେ, କୋର୍ଟରେ ଆଜି ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ହାଜର ନେଇ ହେବ ଶୁଣାଣି। ସେହିପରି କମିଶନରେଟ ପୋଲିସ ମାମଲା ସଂପର୍କିତ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଇଡିକୁ ହସ୍ତାନ୍ତର ପିଟିସନ ଉପରେ ଆଜି କୋର୍ଟରେ ଶୁଣାଣି କରାଯିବ। କୋର୍ଟ ଜାରିଆରେ ମାମଲା ସମ୍ବନ୍ଧୀୟ ରିପୋର୍ଟ ମାଗିଛି ଇଡି। ଆଜି ଦ୍ଵିତୀୟ ଦିନରେ ହେବ ଅର୍ଚ୍ଚନାର ଜେରା।
ବେଆଇନ ଆର୍ଥିକ କାରବାର ଓ ହନିଟ୍ରାପ ଜରିଆରେ ବ୍ଲାକମେଲ କରି ଟଙ୍କା ଉପାର୍ଜନକୁ ନେଇ ପଚରା ଉଚୁରା କରିବ ଇଡି। ଗତକାଲି ଗଣମାଧ୍ୟମ ଆଗରେ ଖୋଲାଖୋଲି ଚେତାବନୀ ଦେଇଥିଲା ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ। କହିଥିଲେ କାହାକୁ ଛାଡିବିନି, ସବୁ ଗୁମର ଖୋଲିବି। ୩୦ ମିନିଟ୍ରେ ପ୍ରମାଣ ସହ ଏକ୍ସକ୍ଲୁସିଭ୍ ତଥ୍ୟ ଦେବି ।