ସେପଟେ ଗୁରୁବାର ତୃତୀୟ ଦିନରେ ଅର୍ଚନାଙ୍କୁ ଇଡି ଅଫିସ ରେ ଚାଲିଛି ମାରାଥନ ଜେରା। ଅର୍ଚନା ଙ୍କ ବେଆଇନ ଅର୍ଥ କାରବାର ର ଖୋଳତାଳ ଭିତରେ ଦ୍ଵିତୀୟ ଥର ହାଜର ହୋଇଛନ୍ତି ଅର୍ଚନାଙ୍କ ଅଲିଶାନ ଘର କରିଥିବା କଣ୍ଟ୍ରାକ୍ଟର ପବିତ୍ର ପାତ୍ର ଉଭୟଙ୍କୁ ମୁଁହା ମୁଁହି ଜେରା କରିଛି ।
ଇଡି 2000 ରୁ 2021 ଭିତରେ ଘର କାମ ବାବଦ ରେ ପ୍ରାୟ 40 ଲକ୍ଷ ଟଙ୍କା ଟ୍ରାନଜେକ୍ସନ ହୋଇଥିବା ସେ ସ୍ୱୀକାର କରିଛନ୍ତି। ଏହି ଟଙ୍କା କେଉଁଠୁ ଆସିଛି ସେ ନେଇ ଖୋଳ ତାଳ କରୁଛି ଇ ଡି।ତେବେ ଅର୍ଚନା ଇ ଡି କୁ ତଦନ୍ତ ରେ ସହଯୋଗ କରୁନଥିବା ଇଡି ସୂତ୍ର ରୁ ସୂଚନା ମିଳିଛି।
ଆସନ୍ତା 13ତାରିଖ ରେ ଅର୍ଚନା ଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଇ ଡି କୋର୍ଟ ରେ ହାଜର କରାଯିବ। ସେଦିନ ଜଗବନ୍ଧୁ ରିମାଣ୍ଡ ରେ ଆଣିବା ପାଇଁ ଆବେଦନ କରିପାରେ ଇଡି।॥