ଅର୍ଚ୍ଚନାଙ୍କ ଏଣ୍ଡେଭର ଗିଫ୍ଟ ପଛର ଗଡଫାଦର ଏବେ ଇଡି ରାଡାରରେ।ମଞ୍ଚେଶ୍ବରରୁ ପରିତ୍ୟକ୍ତ ଅବସ୍ଥାରେ କାରଟି ପଡିରହିଥିବା ବେଳେ ଏହାକୁ ଜବତ କରିଥିଲେ ଇଡି ଅଧିକାରୀ। କାରଟି ଏଠାରେ କିଏ ରଖିଲା ତାକୁ ନେଇ ଏବେ ଚାଲିଛି ଖୋଳତାଡ। ସୂଚନା ଅନୁସାରେ ଏଣ୍ଡେଭର କାର କିଣିବା ବେଳେ ଡିଲରଙ୍କୁ ୩୩ ଲକ୍ଷ ଟଙ୍କା ନଗଦ କ୍ୟାସ ଦିଆଯାଇଥିଲା।ଏଇ 33 ଲକ୍ଷ ଟଙ୍କା ଅର୍ଚନାଙ୍କୁ ଜଣେ ରାଜନେତା ଦେଇଛନ୍ତି। ଏଇ ଲଗଜ୍ୟୁରୀ କାର ପାଇଁ ଅର୍ଚ୍ଚନାଙ୍କୁ 33 ଲକ୍ଷ ଟଙ୍କା ଦେଇଥିଲା ରାଜନେତାଙ୍କ ସଂପର୍କରେ ତଥ୍ୟ ହାସଲ କରୁଛି ଇଡି। ଖୁବଶୀଘ୍ର ସଂପୃକ୍ତ ନେତାଙ୍କୁ ଇଡି ନୋଟିସ ବି କରିପାରେ।
33 ଲକ୍ଷ ନୁହେଁ କୋଟି କୋଟି ଟଙ୍କାର ଟ୍ରାନଜାକସନ୍ ହୋଇଛି କ୍ୟାସରେ । ଇଡି ସ୍କାନରରେ ରହିଛନ୍ତି କିଛି ରାଜନେତା, ମନ୍ତ୍ରୀ ଓ ହୋଟେଲ୍ ମାଲିକ। ଅନ୍ୟପଟେ କମିସନରେଟ୍ ପୋଲିସର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ। କାହା ଚାପର ଚୁପ ଥିଲା କମିସନରେଟ ପୋଲିସ। ଚୁପ ରହିବା ପାଇଁ ରାଜନେତା ପକାଇଥିଲେ କି ଚାପ ଏବେ ତାକୁ ନେଇ ଉଠିଛି ପ୍ରଶ୍ନ।