ଘଟଣାର ମଞ୍ଜ ପଏଣ୍ଟକୁ ଧରିବାକୁ ବ୍ଲାକମେଲର ଅର୍ଚ୍ଚନାର କଥାକୁ ଉଦାହରଣ ବୋଲି ଧରାଯାଇପାରେ। ଅପରାଧି ଆପେକ୍ଷିକ ଭାବେ ମାନୁଛି ଏହି କାର୍ଯ୍ୟକଳାପରେ ତାର ସମ୍ପୃକ୍ତି ରହିଛି। ହେଲେ ବୟାନ୍ ତଲବ କରୁଥିବା ପୁଲିସ ତାଙ୍କ ମୁହଁରେ ଆଙ୍ଗୁଠି ବାଡ ଦେଉଛି। ଆଉ କହୁଛି, ପ୍ଲିଜ ଅର୍ଚ୍ଚନା ତୁମେ କିଛି କୁହନା।
କ’ଣ ଏହାର ମାନେ ? କ’ଣ ପାଇଁ ପୁଲିସର ଏ ଅଙ୍କୁଶ।
ସମ୍ଭବତଃ କମିଶନରେଟ୍ ପୁଲିସ ଚାପଗ୍ରସ୍ତ ଅଛି। ସରକାରୀ ଚାପରେ ଚେପା ହୋଇ ଯାଇଥିବା ଖାକି ପ୍ରଶାସନ, ଅର୍ଚ୍ଚନାକୁ କଥା କୁହାଇ ଦେଉନି। ଅନେକ ମନ୍ତ୍ରୀ ନେତା, ନିଜ ଦେହ ସୁଖ ପାଇଁ ଅର୍ଚ୍ଚନାର ବଙ୍ଗଳାରେ ହାଜିରା ପକାଉଥିଲେ। ଆଉ ମୋଟା ଅଙ୍କର ଟଙ୍କା ପଇଠ କରି ଉସୁମ ରାତିର ମଜା ନେଉଥିଲା। ଆଉ ସଜା କଥା ପଡିଲା ବେଳକୁ ସବୁ ଛତରଛାଡ। ରୁଦ୍ଧ କୋଠରୀରେ ରୁନ୍ଧି ହେଉଛି ଏକୁଟିଆ ଅର୍ଚ୍ଚନା ନାଗ।
ଆଉ ବିଶାକ୍ତ କଥା ଓଗାଳିଛି।
ମୁଁ, ତଦନ୍ତରେ ନିଶ୍ଚୟ ସହଯୋଗ କରିବି । ମୁଁ ଜାଣିପାରୁନି କିଏ ମୋତେ ଫସାଇଛନ୍ତି। ମୋର ପାଟିବନ୍ଦ କରି ଗିରଫ କରିଥିଲା କମିସନରେଟ ପୁଲିସ। ମୁଁ କ’ଣ ଆତଙ୍କବାଦୀ ଭଳି ଦେଖାଦେଉଛି। ଆପଣଙ୍କ ମା’ ଭଉଣୀ ଭଳି ମୁଁ ବି ଜଣେ ମହିଳା। ମୋ ସହ ଯାହା ବି ହୋଇଛି ତାହାର ତଦନ୍ତ ହେଉ। ପୁଲିସ କିଛି ଠିକ୍ କରୁନି। ମୁଁ ମୁହଁ ଖୋଲିଲେ ସରକାର ଭାଙ୍ଗିଯିବ।
ଏମିତି ବିସ୍ପୋରକ ବୟାନ ଦେଉଥିବା ଅର୍ଚ୍ଚନା କଥା ଶୁଣି ଲାଗୁଛି। ବଡ଼ ମାଛ ଏବେ ବି ପୋଖରୀରେ ଅଛନ୍ତି। କମିଶନରେଟ ପୁଲିସ ଖାଲି କେରାଣ୍ଡି ଅଣ୍ଡାଳିବାରେ ବ୍ୟସ୍ତ।