ଏପଟେ ଲେଡି ବ୍ଲାକମେଲର ଅର୍ଚ୍ଚନା ଲିଙ୍କରେ ଆଜି ଇଡିରେ ହାଜର ହୋଇଛନ୍ତି ବ୍ୟବସାୟୀ ଅବିନାଶ ପ୍ରିୟଦର୍ଶୀ । ଅବିନାଶ ଓରଫ ଚନ୍ଦନ ହେଉଛନ୍ତି ଅର୍ଚ୍ଚନା ନାଗର ସହଯୋଗୀ ଖଗେଶ୍ବରର ବିଜିନେସ ପାର୍ଟନର। ତାଙ୍କୁ ହାଜର ପାଇଁ ପୂର୍ବରୁ ଇଡି ନୋଟିସ କରିଥିଲା। ଅବିନାଶ ହେଉଛନ୍ତି ସୁପ୍ରିମ ଅଟୋ ମୋବାଇଲର ମୁଖ୍ୟ ପରିଚାଳକ। ସେପଟେ ଆଜି କୋର୍ଟରେ ହାଜର ହେବେ ନାଗ ଦମ୍ପତି ।
ପୂର୍ବରୁ ଇଡି ଏନେଇ ଆବେଦନ କରିଥିବା ବେଳେ 30 ତାରିଖରେ ହାଜର ହେବାକୁ ନିର୍ଦେଶ ଦେଇଥିଲା କୋର୍ଟ । କୋର୍ଟରେ ହାଜର ପରେ ଉଭଯଙ୍କୁ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିବ ଇଡି। ସେପଟ ତୃତୀୟ ଥପ ପାଇଂ ଇଡିରେ ହାଜର ହେଇପାରନ୍ତି ସଦ୍ଧାଞ୍ଚଳି ବେହେରା, ଅର୍ଚ୍ଚନା ଓ ଜଗବନ୍ଧୁ ରିମାଣ୍ଡେ ଆଣିବା ପରେ ମୁହାଁମୁହିଁ ଜେରା କରିପାରେ ଇଡି ।