ଏହାସହ ଦ୍ବତୀୟ ଥର ପାଇଁ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବାର ଯୋଜନା କରିଛି ଇଡି। ଆଜି ଜଗବନ୍ଧୁଙ୍କ ରିମାଣ୍ଡ ସରିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ପୂର୍ବରୁ ଇଡି ଅର୍ଚ୍ଚନା ନାଗ ଓ ଖଗେଶ୍ବର ପାତ୍ରଙ୍କୁ ଗିରଫ କରିଥିଲା ଇଡି।
ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଦ୍ବିତୀୟ ଥର ପାଇଁ ରିମାଣ୍ଡରେ ଯାଇଥିଲେ। ଏଥି ସହିତ ତାଙ୍କର ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡରେ ନେଇଥିଲା। ଇଡି ପକ୍ଷରୁ ହୋଇଥିବା ରିମାଣ୍ଡ ଆବେଦନକୁ ଖୋର୍ଦ୍ଧା ଓ ଜିଲ୍ଲା ଜଜ୍ କୋର୍ଟ ଗ୍ରହଣ କରିଛନ୍ତି। କୋର୍ଟ ଅର୍ଚ୍ଚନାଙ୍କୁ ୬ ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ। ସେହିଭଳି ଜଗବନ୍ଧୁଙ୍କୁ ୯ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟ ଆଦେଶ ଦେଇଥିଲେ।