ବନ୍ଧବାହାଲ କଲୋନି ଏବେ ମଥୁରାନଗରୀ,ବସ୍ତି ଅଞ୍ଚଳ ଗୋପପୁରରେ ପାଲଟିଥିବା ବେଳେ। ସେପଟେ ପ୍ରଥମ ଦିନରେ ଦେବକୀ ଓ ବସୁଦେବଙ୍କ ବିବାହ, ଦୈବବାଣୀ,ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସଙ୍କ ସିଂହାସନ ଆରୋହଣ ଓ ଦେବକୀ, ବସୁଦେବଙ୍କୁ କାରାଗାର ପ୍ରେରଣ ନାଟ୍ୟାଭିନୟ ଅନୁଷ୍ଠିତ ହୋଇଥିଲା ମହାରାଜ ଉଗ୍ରେସନଙ୍କୁ ଗାଦିଚ୍ୟୁତ କରିବା ପରେ ଯୁବରାଜ କଂସ ହୋଇଛନ୍ତି ମହାରାଜା କଂସ। ଧନୁଯାତ୍ରା ମହୋତ୍ସବର ଆଜି ଦ୍ବିତୀୟ ଦିବସରେ କାରାଗାରରେ ଶ୍ରୀକଷ୍ଣଙ୍କ ଜନ୍ମ,ଶ୍ରୀକୃଷ୍ଣଙ୍କୁ ନେଇ ବସୁଦେବଙ୍କ ଗୋପପୁର ଯାତ୍ରା, ଉଗ୍ରସେନଙ୍କ ସହ ଭେଟ, ବିଜୁଳି କନ୍ୟା ସହ ମଥୁରାକୁ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।
ଓଡିଶା ଖବର ଆହୁରି ପଢନ୍ତୁ