କହିଲେ ଆମେ 5 ଜଣଙ୍କୁ ଚିହ୍ନଟ କରିଛୁ ତାଙ୍କ ଭିତରୁ 2 ଜଣଙ୍କୁ ଅଟକ ରଖିଛୁ । ଏ କଥା ବି କହିଲେ ଶିକାରୀ ବାହାରୁ ଆସିନଥିଲେ, ସବୁ ସ୍ଥାନୀୟ ଅଂଚଳର। ।ବଡ ପ୍ରଶ୍ନ, କାହିଁକି ବନ ବିଭାଗ ଓ ପୋଲିସର ସୂଚନାରେ ରହୁନାହିଁ ତାଳମେଳ। ୨ ଜଣ ଗିରଫ ନା ଅଟକ ? କାହିଁକି ସେମାନଙ୍କ ନାଁ କହୁନାହିଁ ପୋଲିସ। କେତେଜଣଙ୍କୁ ଚିହ୍ନଟ କରାଯାଇଛି 5 ଜଣ ନା 10 ଜଣଙ୍କୁ। ଏସପି କେମିତି ଜାଣିଲେ ବାହାର ରାଜ୍ୟରୁ ଆସିନାହାନ୍ତି ଶିକାରୀ ? ତଦନ୍ତ ଦିଗହରା ହେଉଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ।ଶିକାରୀଙ୍କୁ ଧରିବାକୁ ପୋଲିସ ପକ୍ଷରୁ ଗଠିତ ୩ଟି ସ୍ୱତନ୍ତ୍ର ଟିମ୍ ଚଢାଉ ଜାରି ରଖିଛି। ଗତ ସୋମବାର ଘଟଣା ପରେ ଶିକାରୀ ମାନେ ଏପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ସନ୍ଦେହ କରି ଶିମିଳିପାଳର ସମସ୍ତ ପ୍ରସ୍ଥାନ ପଥକୁ ସିଲ କରିଛି ପୋଲିସ। ସେପଟେ ମୃତ ଫରେଷ୍ଟ ଗାର୍ଡଙ୍କ ପରିବାରକୁ ଭେଟିଛନ୍ତି ପିସିସିଏଫ ୱାର୍ଲଡ଼ ଲାଇଫ ।ବନ କର୍ମଚାରୀ ବିମଳ ଜେନାଙ୍କ ମୃତ୍ୟୁକୁ ୩ଦିନ ବିତିଥିଲେ ବି ପୋଲିସ ହାତ ଖାଲି।
ପୂର୍ବରୁ ଶିମିଳିପାଳରେ ହାତୀ ମୃତ୍ୟୁର ଏକମାତ୍ର ସାକ୍ଷୀ ତୁରାମ ପୂର୍ତ୍ତି ବିଷ ପିଇ ଆତ୍ମହତ୍ୟା କରିଥିଲେ। ତାଙ୍କୁ ବିଷ ପିଇବାକୁ ବାଧ୍ୟ କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ ୩ ବନ କର୍ମଚାରୀ। ବଡ ପ୍ରଶ୍ନ, ବିମଳଙ୍କ ମୃତ୍ୟୁ ଘଟଣାରେ କାହିଁକି ପୋଲିସ ଓ ପିସିସିଏଫ୍ ଘଟଣାରେ ଇଏ ଫରକ୍ ? ଆଉ କେତେ ଦିନ ବାଡି ଖଣ୍ଡେ ଧରି ଶିକାରୀଙ୍କ ବନ୍ଧୁକ ସହ ଲଢିବେ ବନ କର୍ମଚାରୀ ?
ଅଧିକ ପଢ଼ନ୍ତୁ ଓଡିଶା ଖବର: