ଏହି ଅଞ୍ଚଳରେ ମଧ୍ୟ ପଞ୍ଚାୟତ ନିର୍ବାଚନ ପାଇଁ ଯୋଜନା କରାଯାଉଛି। ଆନ୍ଧ୍ର ପ୍ରଦେଶର କେତେ ଜଣ ସରକାରୀ ଅଧିକାରୀ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣାକୁ ଆସିଥିଲେ। ସଂଯୋଗବଶତଃ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ସେଠାରେ ପହଞ୍ଚିଥିଲେ। ବିଜେପି ନେତାମାନେ ଆନ୍ଧ୍ର ଅଧିକାରୀଙ୍କୁ ଯୁଗ୍ମ ସର୍ଭେ ମ୍ୟାପ ମାଗିଥିଲେ। ହେଲେ ଅଧିକାରୀମାନେ ମ୍ୟାପ୍ ଦେଖାଇ ନ ପାରିବାରୁ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଥିଲେ ବିଜେପି ନେତା।
ଯେଉଁମାନେ ଲୋକସଭା ଓ ବିଧାନସଭା ନିର୍ବାଚନରେ ଓଡ଼ିଶାର ପ୍ରତିନିଧିଙ୍କୁ ଭୋଟ ଦେଇଛନ୍ତି, ସେମାନେ କେମିତି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରେ ଭାଗ ନେବେ ବୋଲି ବିଜେପି ନେତାମାନେ ଆନ୍ଧ୍ର ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ଶେଷରେ କିଛି ଉତ୍ତର ଦେଇନପାରି ଆନ୍ଧ୍ରର ସରକାରୀ ଅଧିକାରୀମାନେ ଛତ୍ରଭଙ୍ଗ ଦେଇ ସେଠାରୁ ଚାଲିଯାଇଥିଲେ।