ଶ୍ରୀ ଜେନା ସୂଚନା ଦେଇ କହିଛନ୍ତି ଯେ, ରବିବାର ଦିନ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାରର ବହୁ କୃଷି ବୈଜ୍ଞାନିକ ମାନେ ଯୋଗଦାନ କରିବେ । ଦେଶରେ କୃଷିର ବିକାଶ ସହ କୃଷକ ମାନଙ୍କର ଆୟ କିପରି ବୃଦ୍ଧି ହେବ ଏନେଇ ଦିନ ତମାମ ଆଲୋଚନା ଓ ପ୍ରର୍ଯ୍ୟାଲୋଚନା ହେବ । ଉଦଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାରଙ୍କ ସହ ପୂର୍ବତନ ମୁଖ୍ୟଶାସନ ସଚିବ ଯୁଗଳ କିଶୋର ମହାପାତ୍ର , ଆଇସିଏଆରର ଡିଜି ଡ.ତ୍ରିଲୋଚନ ମହାପାତ୍ର , ପଦ୍ମଶ୍ରୀ ସୁଶ୍ରୀ ସାବରମତୀ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ଉଦଯାପନ କାର୍ଯ୍ୟକ୍ରମରେ କେନ୍ଦ୍ର ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ସଞ୍ଜିବ କୁମାର ବାଲ୍ୟାନ୍ , ପଦ୍ମଶ୍ରୀ ବଟକୃଷ୍ଣ ସାହୁ ଓ ଆଇସିଏଆରର ନିର୍ଦ୍ଦେଶକ ଅଜିତ ଶାସାନୀ ତଥା ନ୍ୟାସନାଲ କୋଅପରେଟିଭ୍ ଡେଭେଲମେଣ୍ଟ କର୍ପୋରେସନର ଏମଡି ସୁନଦୀପ କୁମାର ନାୟକ ଯୋଗଦାନ କରିବେ ବୋଲି କହିଛନ୍ତି ଶ୍ରୀ ଜେନା ।
ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମାଜର ବିଶିଷ୍ଠ ବ୍ୟକ୍ତି, ବୁଦ୍ଧିଜୀବି ଓ କୃଷି ବୈଜ୍ଞାନିକ ମାନେ ଯୋଗଦାନ କରିବେ ବୋଲି ମୁଖ୍ୟ ସମ୍ପାଦକ ଶ୍ରୀ ଜେନା ସୂଚନା ଦେଇଛନ୍ତି ।
ଆହୁରି ଅଧିକ ଓଡିଶା ଖବର ପଢ଼ନ୍ତୁ...