ଆସନ୍ତୁ ଗଣିତ କସିବା....
ଜଗନ୍ନାଥଙ୍କ ଚକ ସଂଖ୍ୟା ୧୬
ବଳଭଦ୍ରଙ୍କ ଚକ ସଂଖ୍ୟା ୧୪
ସୁଭଦ୍ରାଙ୍କ ଚକ ସଂଖ୍ୟା ୧୨
ମିଶେଇ ଦେଲେ ଏହି ଚକ ସର୍ବମୋଟ ହେଉଛି ୪୨(୧୬+୧୪+୧୨ = ୪୨) ।
ଏହି ୪୨ ଚକ ବ୍ରହ୍ମଙ୍କୁ ନିଜ ହୃଦୟରେ ଧାରଣ କରି ଜୀବନ୍ତ ହୋଇ ଉଠନ୍ତି । ୪୨ ଚକ ରଥଯାତ୍ରାରେ ଗଡିଆସେ ଶରଧାବାଲି ଆଉ ବାହୁଡାରେ ପୁଣି ବାହୁଡେ । ଗଲା ୪୨ ଆସିଲା ୪୨ ମାନେ , ୪୨+ ୪୨ = ୮୪
ଆମ ଜୀବନ ସହ ୮୪ର ସମ୍ପର୍କ ବି ବଡ ବିଚିତ୍ର । ପ୍ରତି ଜୀବ(ହିନ୍ଦୁ ଶାସ୍ତ୍ର ଆଧାର) ୮୪ ଲକ୍ଷ ଯୋନୀ ଭ୍ରମଣ କରି କରି ଶେଷରେ ଦୁର୍ଲଭ ମଣିଷ ଜନ୍ମ ପ୍ରାପ୍ତ କରେ । ଏଣୁ ଆମର ଏହି ଜନ୍ମର ଆତ୍ମାଟି ପରବର୍ତ୍ତି ସମୟରେ କେଉଁ ଶରୀର ପ୍ରାପ୍ତ କରିବ ତାହା ଆମ କର୍ମ ଉପରେ ନିର୍ଭର କରେ । କିନ୍ତୁ ଆମେ ଯେ ୮୪ ଲକ୍ଷ ଯୋନି ଭ୍ରମଣ କରି ମନୁଷ୍ୟ ଜନ୍ମ ପାଇଛେ ତାହା ଗ୍ରହଣ ଯୋଗ୍ୟ ।
ଅର୍ଥାତ୍ ଆମେ ପତିତ ହୋଇ ସାରିଛେ । ଆଉ ଆମକୁ ଉଦ୍ଧାରିବା ପାଇଁ ଏହି ୮୪ ଚକିଆ ଯାତ୍ରାର ଆୟୋଜନ ହେଉଛି ପ୍ରତିବର୍ଷ ।
ଆଉ ଗୋଟିଏ ମଜାଦାର କଥା ମଧ୍ୟ ଅଛି। ଜାଣିଛନ୍ତି ଗୁଣ୍ଡିଚା ମନ୍ଦିରକୁ ମହାପ୍ରଭୁ ଯେଉଁ ପଥରେ ଯାଆନ୍ତି, ସେଇ ପଥରେ ଲେଉଟି ଆସନ୍ତି ନାହିଁ । ସିଂହଦୁଆର ଦେଇ ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରୁଥିବା ବଡ଼ଠାକୁରଙ୍କ ଲେଉଟାଣୀ ହୁଏ ନାକଚଣା ଦୁଆରେ ।
ମହାପ୍ରଭୁଙ୍କ ଏହି ଗତିର କ୍ରମ ହିଁ କହି ଦେଉଛି ତୁମେ ଯେଉଁ ପଥରେ ଆସିଲ ସେହି ପଥ ଆଉଥରେ ଆସିବନି । କିନ୍ତୁ ତୁମେ ଯୋଉଠୁ ଆସିଛ ସେଇଠିକୁ ନିଶ୍ଚିତ ଫେରିବ । ଠିକ୍ ଯେମିତି ମୁଁ ବୁଲି ବୁଲି ଶ୍ରୀମନ୍ଦିରକୁ ହିଁ ଯିବି । କହିଲେ ଦେଖି ସ୍ରଷ୍ଟାଙ୍କର କି ଅଦଭୁତ ପରିକଳ୍ପନା ।