ସେପଟେ କୋଣାର୍କ ଉତ୍ସବକୁ ଅଧିକ ସୁନ୍ଦର କରିବା ପାଇଁ ଚନ୍ଦ୍ରଭାଗା କୂଳରେ ଆୟୋଜନ କରାଯାଇଛି ବାଲୁକାକଳା ମହୋତ୍ସବ। 35ଟି ଷ୍ଟଲରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ଵାରା ଦେଶ ବିଦେଶର 150 କଳାକାର ମାନେ ଦେଖାଉଛନ୍ତି ତାଙ୍କ ନିଖୁଣ ବାଲୁକା କଳା। ଏଥର ଓଡିଶାର କୋଣାର୍କରେ ଆୟୋଜିତ ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ସମୟରେ ଜି-୨୦ ଲୋଗୋ ଏବଂ ଥିମ୍ ପ୍ରଦର୍ଶିତ ହୋଇଥିଲା | ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଚନ୍ଦ୍ରଭାଗା ବେଳାଭୂମିରେ ଭିଡ଼ ଜମାଇ ଏହି ଦୃଶ୍ୟକୁ ଉପଭୋଗ କରିଥିଲେ। ଜି -୨୦ ଇଣ୍ଡିଆର ଲୋଗୋ ଏବଂ ଥିମ୍ ପ୍ରାଚୀନ ଜ୍ଞାନ l
ଆସନ୍ତା ଏକ ବର୍ଷ ମଧ୍ୟରେ ୫୦ ରୁ ଅଧିକ ସହରରେ ଜି -୨୦ ଦେଶର ବିଦେଶୀ ପ୍ରତିନିଧୀଙ୍କ ସହିତ ଭାରତ ୨୦୦ ରୁ ଅଧିକ ବୈଠକ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ଯେ ଭାରତର ଜି -୨୦ ଅଧ୍ୟକ୍ଷତା ବସୁଧୈବ କୁଟୁମ୍ବକମ୍ କିମ୍ବା ଏକ ବିଶ୍ୱ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତର ଭାରତୀୟ ଦାର୍ଶନିକ, ମୂଳତଃ ଏକତାର ବିଶ୍ୱବ୍ୟାପୀକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରିବ। ଉତ୍ସବକୁ ଦେଶ ବିଦେଶରୁ ଆସୁଥିବା ପର୍ଯଟକଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି Iଏହି ଉତ୍ସବରେ ଚଳିତ ବର୍ଷ ବିଶେଷ ଆର୍କଷଣ ମାଲେସିଆର ଓଡ଼ିଶୀ ନୃତ୍ୟ ରହିଛି। ପ୍ରତେକ ସନ୍ଧ୍ୟାରେ ଓଡିଶୀ ରହିବା ସହ କଥକ ନୃତ୍ୟ ମୁଖ୍ୟ ଆକର୍ଷଣ। ଲାଇଟ, ଝୋଟି ଓ ମଞ୍ଚକୁ ସୁନ୍ଦର ଭାବରେ ସଜାଉଥିବା ଶିଳ୍ପୀ ପର୍ଯ୍ୟଟକଙ୍କୁ କୋଣାର୍କ ଉତ୍ସବକୁ ଆକର୍ଷଣ କରିବାକୁ ସମସ୍ତ କାର୍ଯ୍ୟ ଶେଷ କରି ଖୁସି ଥିବା କୁହନ୍ତି। ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ସମସ୍ତ ବେବସ୍ତା ହୋଇଛି। ଏ ବର୍ଷ ମିନା ବଜାର ମନ ମୋହୁଛି। ୪ଟି ଅପେରା ହେଲିପ୍ୟାଡରେ କରାଯାଇଛି ଯାହାକୁ ଦେଖିବାକୁ ଯାତ୍ରାପ୍ରେମୀ ଭିଡ ଜମାଉଛନ୍ତି । ଯେହେତୁ ମିନାବଜାର ଅପେରା ପଡୁଛି। ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ପକ୍ଷରୁ ୮ ପ୍ଲାଟୁନ ପୋଲିସ ସହ ସିସିଟିଭିର ବ୍ୟବସ୍ଥା କରାଯାଇଛି। ବାଲୁକା କଳା ଦେଖିବା ପାଇଁ ଧାଡିରେ ଯାଇ ପର୍ଯଟକମାନେ ଦେଖିପାରିବେ।
ଥର୍ମକୋଲ,ପ୍ଲାଇରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଝୁଲିବା ଦେଖିବେ ପର୍ଯ୍ୟଟକ ଏ ବର୍ଷ ପ୍ରତି ବର୍ଷ ପରି ଟିକେଟ ର ମୂଲ୍ୟ ସ୍ଥାନୀୟ ଲୋକମାନଙ୍କ ପାଇଁ 20ଟଙ୍କା ଓ ଅନ୍ୟ ମାନଙ୍କ ପାଇଁ 100ଟଙ୍କା ରଖାଯାଇଛି। ଯଦି କୌଣସି ପର୍ଯ୍ୟଟକ ୫ଦିନର ଟିକେଟ ଏକ ସମୟରେ ନେବେ ତାଙ୍କୁ ୫୦୦ ଟଙ୍କା ପରିର୍ବତେ ୪୦୦ ଟଙ୍କା ଦେବାକୁ ପଡିବ ବୋଲି ସୂଚନା ରହିଛି। ସନ୍ଧ୍ୟା ସମୟରେ ମିନାବଜାର ସହିତ,ସୂର୍ଯ୍ୟ ମନ୍ଦିର light,sound ଆନାଦିତ କରୁଛି ଦର୍ଶକଙ୍କୁ। କୋଣାର୍କ ଉତ୍ସବକୁ ଅଧିକ ସୁନ୍ଦର କରିବା ପାଇଁ ଗଣଦୈଡ,ସାହିତ୍ୟ ଆଶର,ପୁସ୍ତକ ମେଳା,ଚିତ୍ର ଅଙ୍କର ଡିବେଷ୍ଟ ପ୍ରତିଯୋଗିତା ରଖାଯାଇଛି।ଏହିକୋଣାର୍କ ଉତ୍ସବ1ରୁ ଆରମ୍ଭ ହୋଇ 5 ତାରିଖରେ ଶେଷ ହେବ। ପ୍ରତି ଦିନ ସନ୍ଧ୍ୟା ୬ଟା ରୁ ରାତି 8ଟା30 ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି।