ଅଭ୍ୟାସଗତ ଅପରାଧୀ ଥିଲା ମୃତ ସୁବ୍ରତ । ତା ନାଁରେ ନିସାକାରବାର, ଦାଦାବଟି ଭଳି ଥିଲା ୭ ଟି ମାମଲା । ରଞ୍ଜୁକୁ ମଧ୍ୟ ବ୍ରାଉନସୁଗର ବିକ୍ରି ମାମଲାରେ ଦୁଇ ଥର ଗିରଫ କରି କୋର୍ଟ ଚାଲଣ କରି ସାରିଛି ପୋଲିସ । ତେଣୁ ଉଭୟଙ୍କ ଭିତରେ ବ୍ରାଉନସୁଗର ବେପାରକୁ ନେଇ କିଛି ଲିଙ୍କ ଥିଲା ନା ନାହିଁ ତାହାର ତଦନ୍ତ କରାଯାଉଛି । ତେବେ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଜେରା କରିବା ପରେ ଅଧିକ ତଥ୍ୟ ମିଳିବ ବୋଲି କହିଛନ୍ତି ଡିସିପି ।
ବ୍ରାଉନସୁଗାର ବିରୋଧରେ ଅପରେସନ ହ୍ବାଇଟ ସ୍ପାଇଡର ସହ ବସ୍ତିକୁ ଚାଲ ଅଭିଯାନ ଆରମ୍ଭ କରିଥିଲା କମିଶନରେଟ ପୋଲିସ । ହେଲେ ବସ୍ତି ଭିତରେ ଦୁଇ ବ୍ରାଉନସୁଗାର ବେପାରିଙ୍କ ଭିତରେ ଶତ୍ରୁତା ଓ ପରେ ହତ୍ୟାକାଣ୍ଡ ପୋଲିସର ଅପରେସନ ଉପରେ ପ୍ରଶ୍ନ ଉଠାଇଛି । ଏବେ ପୂଜା ପୂର୍ବରୁ ପୁଣି ଥରେ ଆକ୍ଟିଭ ହେବା ସହ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ୧୩ ଜଣ ବ୍ରାଉନସୁଗର ବେପାରୀ ଓ ୯ ଜଣ ଗଞ୍ଜେଇ ବେପାରୀଙ୍କୁ ପୋଲିସ ଗିରଫ କରିଛି । ଆଗକୁ ଏହି ଡ୍ରଗ ବ୍ୟବସାୟର କ୍ରାଇମ ସିଣ୍ଡିକେଟକୁ ସମାପ୍ତ କରିବାରେ ପୋଲିସକୁ କେବେ ସଫଳତା ମିଳୁଛି ତାହା ଉପରେ ନଜର ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।