ଗତକାଲି ପୁରୀ ବନଖଣ୍ଡ ଅଧିକାରୀ ବିଶେଷ ସୂତ୍ରରୁ ଖବର ପାଇଁ କୋଣାର୍କ ଓ ବାଲିଦେକାନ ରେଞ୍ଜ ଅଫିସକୁ ସୂଚନା ଦେବାପରେ ଦୁଇ ରେଞ୍ଜ ଅଧିକାରୀ ମିଳିତ ଉଦ୍ୟମରେ ନଡିଆମଠ ଜଙ୍ଗଲରେ ଚଢ଼ାଉ କରିଥିଲେ। ସେଠାରେ ହରିଣକୁ ଶିକାରୀ ମାରୁଥିବା ସମୟରେ ଜଣଙ୍କୁ କାବୁ କରିଥିଲେ। ଅନ୍ୟ ୩ ଜଣ ଜଙ୍ଗଲ ମଧ୍ୟରେ ଦୈ।ଡି ପଳାଇଥିବା ସୂଚନା ରହିଛି। ଦିର୍ଘଦିନ ପରେ ପୁରୀ ବନଖଣ୍ଡ ଅଧିକାରୀଙ୍କୁ ଏକପ୍ରକାର ସଫଳତା ମିଳିଥିବା ବେଳେ ଏବେ କୋଣାର୍କ ବାଲୁଖଣ୍ଡରେ ହରିଣ ଶିକାରୀ ବହୁତ ବ୍ୟାପିଛନ୍ତି।
ଯାହାର ମା°ସ କୋଣାର୍କ, ଗୋପ, କାକଟପୁର, ଅସ୍ତରଙ୍ଗ ବଜାରରେ ପ୍ରତି ଛେଳି ମା°ସ ବିକ୍ରୀ ଦୋକାନରେ ଖୋଲାଖୋଲି ବିକ୍ରୀ ହେଉଛି। ଭଲ ଟଙ୍କା ରୋଜଗାର କରୁଛନ୍ତି। ଯାହାର ମୂଲ୍ୟ କୋଣାର୍କ, କାକଟପୁର, ଗୋପ, ଅସ୍ତରଙ୍ଗ ରେ ୪ ଶହରୁ ୫ଟଙ୍କା ଥିବା ବେଳେ ଭୂବନେଶ୍ୱର, କଟକ ପାଇଁ ୭ ଶହ ରୁ ୮ ଶହରେ ବିକ୍ରୀ ଶିକାରୀ ମାଲାମାଲ ହେବା ସୂଚନା ରହିଛି। ତୁରନ୍ତ ପୁରୀ ବନଖଣ୍ଡ ଅଧିକାରୀ କୋଣାର୍କ, କାକଟପୁର, ଗୋପ ଓ ଅସ୍ତରଙ୍ଗ ବଜାର ରେ ଛେଳି ମା°ସ ଦୋକାନରେ ଚଢାଉ କଲେ ପ୍ରକୃତ ମାଷ୍ଟର ମାଇଣ୍ଡି ଶିକାରୀ ଧରାପଡିବା ସହ ପୁରା ଶିକାରୀ ଗୃପ ଧରାପଡି ପାରନ୍ତେ ବୋଲି କୋଣାର୍କରେ ଚର୍ଚ୍ଚା ଜୋର ଧରିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର