ଡାକ୍ତରଙ୍କ ଅବହେଳା ଯୋଗୁଁ ନାବାଳିକାର ମୃତ୍ୟୁ
ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ହାଇଦ୍ରାବାଦରୁ ସ୍ୱତନ୍ତ୍ର ବିମାନ ଯୋଗେ ବାହାରି ଦିନ ୧୦ଟା ୨୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ବିମାନବନ୍ଦରରୁ ରାଜଭବନକୁ ଅଭିମୁଖେ ଯାତ୍ରା କରିଥିଲେ ଉପରାଷ୍ଟ୍ରପତି । ଅପରାହ୍ନ ୪ଟା ୪୫ ମିନିଟରେ କଟକର ବିଜୁ ପଟ୍ଟନାୟକ ଛକ ସ୍ଥିତ ଶାରଳା ଭବନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ।
ଏବଂ ସେଠାରେ ସାରଳା ଦାସଙ୍କ ୬ଶହ ତମ ଜନ୍ମ ଜୟନ୍ତୀରେ ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି । ଯାହାକୁ ନେଇ ରାଜଧାନୀ ସମେତ କଟକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।