ଦୋକାନୀମାନଙ୍କୁ କୋଭିଡ କଟକଣା ମାନି ସାମାଜିକ ଦୂରତ୍ଵ ପାଳନ କରି ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏତଦ୍ ବ୍ୟତୀତ ଦୋକାନକୁ ଆସୁଥିବା ସମସ୍ତ ଗ୍ରାହକଙ୍କ କଣ୍ଟାକ୍ଟ ଡିଟେଲ୍ ଦୋକାନୀ ରଖିବେ। ଦୋକାନ ଆଗରେ ସର୍କଲ ଏବଂ ବ୍ୟାରିକେଡ୍ କରିବେ ଦୋକାନୀ । ରାଜ୍ୟ ସରକାରଙ୍କ ନିୟମାନୁସାରେ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ରହିବ। ମୁହଁରେ ମାସ୍କ ଠିକ୍ରେ ନ ପିନ୍ଧିଲେ ଜରିମାନା ଆଦାୟ ହେବ ।
ତେବେ ଗଞ୍ଜାମରେ ଏବେ ଡୋର ଟୁ ଡୋର୍ କଣ୍ଟାକ୍ଟି ଟ୍ରେସିଂ ଜାରି ରହିଛି। ଲକ୍ଡାଉନ୍ ଓ ଅନ୍ୟ କଟକଣା ଯୋଗୁଁ କରୋନା ସଂକ୍ରମଣ କମିଛି । ଅମ୍ଳଜାନ ସ୍ତର କମିବା ଯୋଗୁଁ ଅଧିକାଂଶ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି । କୌଣସି ଲକ୍ଷଣକୁ ନ ଲୁଚାଇ ଦେହ ଖରାପ ହେଲେ ଡାକ୍ତରଙ୍କୁ ଦେଖାନ୍ତୁ। ଅଗଷ୍ଟରେ ଆମକୁ ଆହୁରି ସତର୍କ ହେବାକୁ ପଡିବ ବୋଲି ଜିଲ୍ଲାପାଳ କହିଛନ୍ତି ।