ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି। ପାରାଦୀପରେ ୧୯.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱର ୧୩.୮, ଗୋପାଳପୁର ୩୮.୮, ପୁରୀ ୨୩.୪, ଅନୁଗୋଳ ୩୪, ଝାରସୁଗୁଡା ୩୦, ସମ୍ବଲପୁର ୧୭, ହୀରାକୁଦ ୩୪.୨, ତାଳଚେର ୩୨, ଭବାନୀପାଟଣା ୫୭.୮, ବଲାଙ୍ଗୀର ୧୩, ଟିଟିଲାଗଡ଼ ୩୪, ନୟାଗଡ଼ ୮୧, ଦାରିଙ୍ଗବାଡ଼ି ୩୩, ବୌଦ୍ଧ ୧୫, ଛତ୍ରପୁର ୪୬, ପାରଳାଖେମୁଣ୍ଡି ୨୮.୪ ଏବଂ ରାୟଗଡ଼ାରେ ୧୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ବର୍ତ୍ତମାନ ମୌସୁମୀ ଟ୍ରାଫ୍ ପୂର୍ବ ମୁହାଁ ବିହାରରୁ ବଙ୍ଗୋପସାଗର ଆଡ଼କୁ ଗତି କରୁଛି। ଫଳରେ ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ବର୍ଷା ସ୍ବାଭାବିକ ରହିବ। ଏହି ସମୟରେ ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।