ସୂଚନାନୁଯାୟୀ, ଚିକିତ୍ସିତ ହେଉଥିବା ବେଳେ ୧୩ ଜଣ କୋଭିଡ ପଜିଟିଭ ରୋଗୀଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାର ଜଣେ ୮୧ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ। ସେହିପରି ଭୁବନେଶ୍ୱରର ଜଣେ ୫୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପ, ପୁରୁଣା ସେରେବ୍ରୋ ଭାସ୍କୁଲାର ଦୁର୍ଘଟଣାରେ ପୀଡିତ ଥିଲେ। ସେହିପରି ଖୋର୍ଦ୍ଧା ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ, ଏବଂ ମୋଟାପଣରେ ପୀଡିତ ଥିଲେ।
କୋରାପୁଟ ଜିଲ୍ଲାର ଜଣେ ୪୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ମଧ୍ୟ ପୀଡିତ ଏଥିସହିତ କୋରାପୁଟ ଜିଲ୍ଲାର ଆଉ ଜଣେ ୬୫ ବର୍ଷ ବୟସ୍କ ପୁରୁଷଙ୍କ ମଧ୍ୟ ମୃତ୍ୟୁ ଘଟିଛି । ବରଗଡ ଜିଲ୍ଲାର ୩୯ ବର୍ଷ ବୟସ୍କ ପୁରୁଷ ମୃତ୍ୟୁ ହୋଇଥିବାବେଳେ ନୟାଗଡ଼ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।
ଗଞ୍ଜାମ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ ଏବଂ ଗଞ୍ଜାମ ଜିଲ୍ଲାର ଜଣେ ୪୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ ଉଭୟଙ୍କର ମୃତ୍ୟୁ ଘଟିଛି । ସେହିପରି ଗଞ୍ଜାମ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା, ଜଣେ ୬୬ ବର୍ଷ ବୟସ୍କ ପୁରୁଷ, ଜଣେ ୩୭ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ ତାଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଗଞ୍ଜାମ ଜିଲ୍ଲାର ଅନ୍ୟଜଣେ ୫୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ମଧ୍ୟ ପୀଡିତ ଥିଲେ ତାଙ୍କର ମଧ୍ୟ କରୋନାରେ ମୃତ୍ୟୁ ଘଟିଛି।