ଏଭଳି ଅଭିଯୋଗକୁ ନେଇ ଆଇନର ଆଶ୍ରୟ ନେବାକୁ ଧମକ ଦେଇଥିଲେ ହିତାଧିକାରୀ । ଏଭଳି ସ୍ଥିତିରେ ଦିନକୁ ଦିନ ସ୍ମିତାଙ୍କ ପାଇଁ ବଢ଼ୁଥିଲା ଅଡ଼ୁଆ । ସବୁଠୁ ବଡ଼ କଥା ହେଲା ସବୁ ଜାଣି ବି ବ୍ଲକ ପ୍ରଶାସନ ଚୁପ ବସିଥିଲା । ସେପଟେ ସରକାର କାର୍ୟ୍ୟାନୁଷ୍ଠାନ ବଦଳରେ ସ୍ମିତାଙ୍କୁ ବଦଳି କରି ସୁରକ୍ଷା ଦେବାକୁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି । ରାସନକାର୍ଡ ଖଣ୍ଡେ ପାଇବା ପାଇଁ ଦେବାକୁ ପଡୁଛି ଟଙ୍କା । ୧୪ଶହ ଟଙ୍କାରୁ ଟଙ୍କାଟିଏ କମ୍ ହେଲେ ରାସନକାର୍ଡ ମିଳୁନାହିଁ । ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରୁ । ଧର୍ମଶାଳାର ପାଖାପାଖି ୪୫ ଟି ପଞ୍ଚାୟତରେ ରାସନ ସାମଗ୍ରୀର ହରିଲୁଟ ଅଭିଯୋଗ ଆସିଥିଲା । ଏପିରିକି ଘର ସଦସ୍ୟ ୫ ଜଣ ଥିଲେ ବି ୨ ଜଣଙ୍କୁ ମିଳୁଥିଲା କାର୍ଡ ।
ବଦଳିଲେ ଧର୍ମଶାଳା ବିଡିଓ ସ୍ମିତା ରଥ, ଅଭିଯୋଗ ପରେ ମିଳିଲା ପ୍ରମୋସନ
ଭୁବନେଶ୍ୱର: ବଦଳିଲେ ଧର୍ମଶାଳା ବିଡିଓ ସ୍ମିତା ରଥ । ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ବଦଳରେ ପ୍ରମୋସନ । ବୌଦ୍ଧର ଡେପୁଟି କଲେକ୍ଟର ହେଲେ ଧର୍ମଶାଳା ବିଡିଓ । ତେବେ ବାରମ୍ବାର ଘୋଟାଲା ଅଭିଯୋଗ ପରେ ତାଙ୍କୁ ବଦଳି କରାଯାଇଥିବା କୁହାଯାଉଛି । ସ୍ମିତାଙ୍କ ନାଁରେ ରହିଥିଲା ପିଡିଏସ ସାମଗ୍ରୀ ହରିଲୁଟ ଅଭିଯୋଗ । ଏପରିକି ଅଭିଯୋଗ କରୁଥିବା ହିତାଧିକାରୀଙ୍କୁ ସ୍ମିତା ନାଲି ଆଖି ଦେଖାଉଥିଲେ ।
Download Argus News App
